STORYMIRROR

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ରଜ ଗଲା ସ୍ମୃତି ହୋଇ

ରଜ ଗଲା ସ୍ମୃତି ହୋଇ

1 min
200

ବର୍ଷାର ଦେଖାନାହିଁ

ସିନ୍ଦୁରେ ସୁନ୍ଦର କହି

ଠାକୁରାଣୀ ଗାଧୁଆ ସାରି

ଚାଷୀ ବସିଛି ମନମାରି

ମୌସୁମୀ ଆସୁନାହିଁ

କେରଳରେ ଗଲା ରହି

ରଜ ପୋଡପିଠା ଦୋଲିଖେଳ

ଖରା ତାତିରେ ଗଲା ଧୋଇ

ପାଦରେ ଅଳତା ନାଇ

ମଥାରେ ଓଢ଼ଣୀ ଗଲା ବୃଥା ହୋଇ

ସବୁ ଦୋଷ ସାଧବ ବୋହୁ ପାଇଁ

ଜମା ବାହାରକୁ ବାହାରୁନାହିଁ

ବର୍ଷା ହେଲେ ବାହାରିବ

ମୁଣ୍ଡେ ନାଲି ପାଟ ଓଢ଼ଣୀ ଦେଇ

ମେଘ ସବାରୀରେ ବର୍ଷା ତ ଆସିଲା ନାହିଁ

ଅଭିମାନୀ ବିରହିଣୀ ସାଧବ ବୋହୁ ଦିଶୁ ନାହିଁ

ବଉଦ ଉହାଡେ ବର୍ଷା ଲୁଚକାଳି ଖେଳେ ରହି

ଧର୍ଯ୍ୟ ଓ ସାହାସ ପରଖିବା ପାଇଁ

ଏଡିକି ମନୋଇ ସେହି

ଧାରାଛୁଆଁ ଦେଉନାହିଁ

ଆଷାଢୀ ଓ ଶ୍ରାବଣୀ ହେଲା ଆଖି ଦୁଇ

ବର୍ଷା ଋତୁର ମନମାନୀ ସହି ଜମା ହେଉ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract