Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract Fantasy

3  

Sarojini Jena

Abstract Fantasy

ନୂଆ ସକାଳ

ନୂଆ ସକାଳ

1 min
186



ପକ୍ଷୀ କୂଜନରେ ସକାଳ ହେଲାଣି

ଫୁଟିଲାଣି ଫୁଲ ମଧୁ ବନରେ,

କଳସୀ ଧରିଣ ଝିଅ ବୋହୂ ମାନେ

ମିଳିଲେଣି ପୁଣି ତଟିନୀ କୂଳେ ।


ପୂରୁବ ଆକାଶେ କଅଁଳ ସୂରୁଜ

ମଥା ଟେକି ଦେଖ ଆସିଲାଣି,

ସୁନେଲି କିରଣ ଧରାରେ ବିଞ୍ଚି

ସୁନାର ସଂସାର ଭରିଲାଣି ।


ଘଣ୍ଟର ନିନାଦ ଶୁଭିଲାଣି ଦେଖ

ମନ୍ଦିର ମଙ୍ଗଳ ଆଳତି ହେଲାଣି,

ବୋହୂରାଣୀ ପୁଣି ସ୍ନାହାନ ସାରିଣ

ଚଉଁରା ମୂଳେ ଜଳ ଢାଳିଲାଣି ।


କାକର ବିନ୍ଦୁରେ ଘାସ ବୁଦା ଓଦା

ମୋତି ପରି ସେତ ଝଲସିଲାଣି,

ଟିକି ଟିକି ଶିଶୁ ମା କାନି ଧରି

ମା' ମା' ଡାକ ଛାଡିଲେଣି ।


ଝିଅଟିଏ ତାର ଠାକୁର ଘରେ

ଘୃତର ଦୀପାଳି ଜାଳିଲାଣି,

ଶୀତ ସକାଳର ଶିଶିର ବିନ୍ଦୁରେ

ଘାସ,ପତ୍ର,ରୂପା ଦିଶିଲାଣି ।


ପଶୁ,ପକ୍ଷୀ,କୀଟ ପରିଯନ୍ତେ ପୁଣି

ସଭିଁଏ ସ୍ୱାଗତ କରିଲେଣି,

ନବ ସକାଳକୁ ସ୍ୱାଗତ ଜଣାଇ

ନୂଆ ନୂଆ ଆଶା ସଞ୍ଚିଲେଣି । ll



Rate this content
Log in

Similar oriya poem from Abstract