STORYMIRROR

Kalpana Satpathy

Abstract Others

3  

Kalpana Satpathy

Abstract Others

ଚଳନ୍ତା ଟ୍ରେନ

ଚଳନ୍ତା ଟ୍ରେନ

1 min
117

ମଣିଷ ଜୀବନ ଏକ ଚଳନ୍ତା ଟ୍ରେନ

ମନ ତା'ର ନୁହେଁ ପରିସ୍କୃତ

ଟ୍ରେନ ଧୂଆଁ ରେ ଚିତ୍ର ଆଙ୍କି

ସତକୁ ମିଛ ମିଛ କୁ ସତ କରି

ଗଢି ତୋଳିଦିଏ ଦେହ ସାରା

ଯେତେ ଥାଉ ଅବା କ୍ଷତ।

ମନ ନିର୍ମଳ ଥିଲେ ଗାଡିଆ ଗଙ୍ଗା

ହେଲେ ମଣିଷ ର ମନ ସବୁବେଳେ

ପଙ୍କିଳ ଜଟିଳ କଳା କଳା ଧୂଆଁରେ ଆଛନ୍ନ

ହୃଦୟର ଗଭୀରତା ଅତୀବ ରହସ୍ୟମୟ

ବୁଝି ହୁଏ ନାହିଁ ନର ମାୟା ନାରାୟଣଙ୍କୁ ଅଗୋଚର

ଦୁଷ୍କର୍ମ ର ପଶାପାଲି ଏଠି

ଧୂଆଁ ର ବଳୟ ଭିତରେ ଅଦୃଶ୍ୟରେ

କରିଛି ଗୋପନ ଖେଳ ସବୁ ଚାଲିଅଛି

ଏଠି ଓଲଟା ପ୍ରତିଛବି ପରି

ନିର୍ଦ୍ଦୋଷ ପାଉଛି ଦଣ୍ଡ ଏଠି

ଦୋଷୀ ର ଦରଜା ଖୋଲା ପଡିଛି

ଧୂଆଁଳିଆ ଆସ୍ତରଣରେ,ପଡିଛି

ସତେ ଅବା ମଳିନ।



Rate this content
Log in

Similar oriya poem from Abstract