ଚାତୁରୀ ନୂଆ ଶବ୍ଦ ଖୋଜିବାର
ଚାତୁରୀ ନୂଆ ଶବ୍ଦ ଖୋଜିବାର
ଥିଲା ଚାତୁରୀ, ନୂଆ ଶବ୍ଦ ଖୋଜିବା
ଓଡିଆ ଭାଷାରେ
ବହୁ କୌଶଳ ପରିଣତ କରିବା ସେହି
ଶବ୍ଦକୁ ଧ୍ୱନିରେ |୧|
ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ
ସୁଲଳିତ କଣ୍ଠସ୍ୱରରୁ
ଶୁଣିଥିଲି ଗ୍ରାମଫୋନ ମାଧ୍ୟମରେ ତମ
ରଚିତ ଗୀତରୁ |୨|
୧୯୬୫ ମସିହାରେ "ତୁମ ଗାଁ ମହୁମାଛି
ଆମ ଫୁଲେ
ମହୁ ପିଇ ମୋତେ ମାଗେ କୁଆଁରୀ
ବଉଳ " ଭଲେ |୩|
ହେ କବି ଦେବେନ୍ଦ୍ର ଦାସ, ଜନ୍ମ
ହେଲ ୧୯୪୨ ମସିହାରେ
ଫେବୃୟାରୀ ୨୫ ତାରିଖ, କଟକ
ସହର ବଙ୍ଗାଳି ସାହିରେ |୪|
୧୯୬୯ ମସିହାରେ D.S.P. ଭାବରେ
ଯୋଗ ଦାନ କଲ
୧୯୮୪ ମସିହାରେ I.P.S. ହୋଇ
S.P. ହୋଇଥିଲ |୫|
ସ୍ଵୀକୃତି ଲାଭ କରିଥିଲ ଗୀତିକାର
ଭା
ବେ ୧୯୬୨ ମସିହାରେ
ପୋଲିସ ସେବାରୁ ନିବୃତ ହେଲ I.G.
ରୁ ୨୦୦୨ ମସିହାରେ |୬|
ଲୁହର ଓହଳ', 'କାଚକାନ୍ଥ', 'ଋତୁପର୍ଣ୍ଣା'
'ଆଉ ଋତୁ ଥାଉ' ପରି
'ପଦୁଅଁ ପାପୁଲି ' ହୋଇଛି ଆଦୃତ ପାଞ୍ଚଟି
ଗୀତି କବିତା ପୁସ୍ତକ ତୁମରି |୭|
୨୦୧୩ ମସିହାରେ "ପଦୁଅଁ ପାପୁଲି"
ପୁସ୍ତକ ଲେଖା ତୁମର
ଆଣିଲା ପ୍ରତିଷ୍ଠା, ଓଡ଼ିଶା ସାହିତ୍ୟ
ଏକାଡେମୀ ପୁରସ୍କାର |୮|
ମନ ମଧ୍ୟେ ଅଛି "ଫୁଲ ଅଗଣାରେ ପ୍ରିୟାର
ଲକ୍ଷ୍ମୀପାଦ " ଲେଖା ତୁମର
"ପ୍ରଭାତ ଲଗନେ ଗାରେ କୁଙ୍କୁମ""କାନ୍ତ ବିରହେ
ନହୁଲି ବଧୂର ଦୁଃଖ"ର |୯|
ଭୁଲିବାନି କାଳଜୟୀ ସ୍ରଷ୍ଟାଙ୍କ ଲେଖନୀରୁ
ସୃଷ୍ଟ ବହୁ କାବ୍ୟ ଧାରାକୁ
ହେ ଗୀତିକାର, ଏଇ ଚିତ୍ତ ରଞ୍ଜନ ନନ୍ଦର
ନତ ମସ୍ତକ ଆପଣଙ୍କୁ |୧୦|