ସ୍ବପ୍ନ ରହିଗଲା ସ୍ମୃତି ହୋଇ
ସ୍ବପ୍ନ ରହିଗଲା ସ୍ମୃତି ହୋଇ
ସୁନ୍ଦର ନୀଡ଼ ଟେ ଥିଲା......
ପାହାଡର ତଳେ ଝରଣାଟେ ବହି ଯାଉଥିଲା,
କଳ କଳ ନାଦରେ ନୀଡ଼ରେ ଛପର ଫୁଲରେ ସଜାଇ ଚଢେଇଟି ଘର କରିଥିଲା.....
ଥିଲା ତା'ର ସାଥି ଓ ଗୋଟିଏ ଶାବକ
ସୁଖରେ ଦିନ କଟିଯାଉଥିଲା
ହସଖୁସିର ସଂସାର, ଅଦିନ ଝଡ଼ଟେ ଆସିଲା
ଭାସିଗଲେ ଝରଣାର ସୁଅରେ.....
ସାଥି ଆଉ ତାର ଶାବକ,
ବିଚରା ପକ୍ଷୀ ଟି ଏକା ହୋଇଗଲା
କିଏ ଜାଣିଥିଲା ଘଟଣା ଦୁର୍ଘଟଣା ହୋଇ ବହିଯିବ ।
ମା ମନରେ ଖେଦ,
ଶାବକ ପାଇଁ କେତେ ସ୍ବପ୍ନ ଦେଖିଥିଲା.....
ସ୍ବପ୍ନ ସବୁ ଚୁରମାର ହେଲା
ସାଇତା ସମ୍ପଦ ଅନ୍ୟକୁ ସମର୍ପଣ କଲା,
ଭାବ ବିଭୋର ହୋଇ ଏକଲା ପକ୍ଷୀ ଟି ବିଚରା
ନିରବ ଜଡ ପାଲଟିଲା.....
ସମୟର ସୁଅରେ କିଛି ଦିନ ବିତିଗଲା,
ଦୂର ରାଇଜରୁ ସମ୍ପର୍କ ଟିଏ ଯୋଡ଼ି ହେଲା
କିଏ ପର କିଏ ନିଜର ଭାବି ତ ନଥିଲା.....
ମନକୁ ଦୃଢ଼ କରି ନୂଆ ସମ୍ପର୍କ ତିଆରିକଲା
ମିଛ ଦୁନିଆରେ ରକ୍ତ ସମ୍ପର୍କ ଦୂରେଇଲା l
ହଜିଗଲା ସୁନେଲି ର ଦିନ
ଭାବୁ ଭାବୁ ନିସ୍ତବ୍ଧ ମନଟା ତାର ଆଶା ଆକାଂକ୍ଷା ରେ
ପୂର୍ଣ୍ଣଛେଦ ପଡିଲା...
ପରକୁ ଆପଣାର କରି ବାକି ଜୀବନ ଜିଇଁଲା...
କି ସମ୍ପଦ ଧନ !
ସମ୍ପର୍କ ରେ ସବୁ ଛକି ପଡିଲା l
ବାକି ରହିଗଲା ଏଇ ଅଲୋଡ଼ା ଜୀବନ ପାଇଁ
ଗୋଟେ କାହାଣୀ.....
ପ୍ରତୀକ୍ଷା ଶେଷ ନିଃଶ୍ୱାସକୁ.....
ସବୁ ସ୍ବପ୍ନ ରହିଗଲା ସ୍ମୃତି ହୋଇ.......ll