Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract Inspirational

3  

Sarojini Jena

Abstract Inspirational

ଦୀପ ଓ ସଳିତା

ଦୀପ ଓ ସଳିତା

1 min
195



ଦୀପ କହୁଥିଲା ସଳିତାକୁ ଚାହିଁ

                 ହେ ମୋର ପ୍ରିୟ ଭଉଣୀ,

ତୁମ ବିନା ମୋର ପରିଚୟ ନାହିଁ

                 ଏ ଆମ ସତ କାହାଣୀ l


ତୁମେ ମୋର ସାହା ମୁଁ ତୁମର ନାଆ

                  ଏଇ ଆମ ପରିଚୟ,

ଦୁହେଁ ମିଶିଲେ ତ ଭଲ କାମ ହୁଏ

                  ଦୁନିଆକୁ କରୁ ଜୟ l


ତୁମ ଯୋଗୁ ମୋର ଜଗତରେ ଆଜି

                  ହୋଇଛି ମୁଁ ସଦା ବଡ଼,

ସେଥିପାଇଁ ବୋଧେ ତୁମର ମୋର

                  ଭାବ ଯେ ଅତି ନିବିଡ଼ l


ଅନ୍ଧାର ଦୂରେଇ ଆଲୋକ ଦେଖାଉ

                  ଏଇ ଆମ ପରିଚୟ,

ସଦା ଜଳୁଥିବୁ ହୃଦୟରେ ମୋର

                  ନାହିଁ ତୋର କିଛି ଭୟ l


ସଭିଙ୍କ ହୃଦୟ ଜିତିବାକୁ ପରା

                 ଆମେ ହୋଇଛେ ଜନମ,

ଅମାରାତି ସବୁ ଆଲୋକେ ଭରିବେ

                 ଏଇ ଆମର କରମ l


ଏକା ଏକା କାର ପରିଚୟ ନାହିଁ

                ଦୁହେଁ ତ ଦୁହିଁଙ୍କ ସାଥି,

ସଦା ଲାଗିଥାଉ ସମ୍ପର୍କ ମଧୁର

                 ତୁମର ମୋର ଯେପରି ପ୍ରୀତି l


ଦୁହିଁଙ୍କ ବିନା ଯେ ସମ୍ପର୍କ ଅଧୁରା

                ଏହି ବାର୍ତ୍ତା ଦେବା କହି,

ଏ ଧରା ବାସୀଙ୍କୁ ଚେତାଇ ଦେବା ଯେ

                ହୃଦୟେ ପ୍ରେମର ଭାବନା ବହି l 


 


Rate this content
Log in

Similar oriya poem from Abstract