STORYMIRROR

Sarojini Jena

Abstract

3  

Sarojini Jena

Abstract

ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ପିତାଙ୍କୁ ଶ୍ରଦ୍ଧାଞ୍ଜଳି

1 min
177


ନିରବି ଯାଇଛି ତୁମ ରାଜ୍ୟ ପୁଣି ତୁମ ସହର

କାନ୍ଦୁଛି ପରାଣ କାନ୍ଦେ ସନ୍ତାନ ତୁମର


ଶତ ସିଂହ ବଳ ଗଲା ତ ଶୋଇ

ସଜା ହୋଇଗଲା ଛ' ଖଣ୍ଡ ଯୁଇ


ମଥାରେ ଲାଗିଲା ନାଲି ଅବିର

ଜଳିଲା ଅଗ୍ନିରେ ଶରୀର ତୁମର


କେତେ ଆଶା ପୁଣି ମନରେ ଥିଲା

ସ୍ବପ୍ନ କିଆଁ ସବୁ ଅଧା ରହିଲା


ନେଲ ସଂସାରରୁ ଚିର ବିଦାୟ

ଶେଷେ ଆମକୁ କରି ଅସହାୟ


ଝୁରୁଛି ହୃଦୟ ଏଠି କାନ୍ଦେ ପରାଣ

ତୁମ ପରି ପିତା ପାଇବା ସାତ ଜନମେ ଜାଣ


ସରଗ ରାଇଜେ ତୁମେ ଗଲ ପଳାଇ

କେତେ କଥା ବ୍ୟଥା ବଖାଣି ଦେଇ


ସାଧୁ ପୁରୁଷଙ୍କୁ ଦର୍ଶନ କଲ

ନିଜ ମୁର୍ତ୍ୟୁ ଦିନ ବତାଇଥିଲ


ଏକ ପକ୍ଷେ ପ୍ରାଣ ଯିବ ବୋଲି ତୁମେ କହିଲ

ଦଶ ଦିନେ ଗଲ ସ୍ୱର୍ଗ ଭୁବନ


ଏତେ ନିଷ୍ଠୁର ଵିଧି ହୋଇଲା

କେତେ ଦୁଃଖ ଆମ କପାଳେ ଲେଖିଲା


ତୁମ ନିଳୟ ନିଶୂନ ହେଲା

ସବୁ ଖୁସି କିଏ ଛଡାଇ ନେଲା


ନିରବି ଗଲା ଏଇ ଟିକି ରାଇଜ

ଆଉ ଲାଗୁନାହିଁ ଟିକେ ମଉଜ


ଛାଡି ଦିବ୍ୟ ଶେଜ ସ୍ୱର୍ଗଦ୍ୱାରେ ରହିଲ

ଅଚିନ୍ତା ନିଦରେ ତୁମେ ଶୋଇଲ


ନିର୍ବାକ ନିଶ୍ଚଳ ଆମେ ହୋଇଲୁ

ମରିବା ପର୍ଯ୍ୟନ୍ତ ମନେ ଭାବିଲୁ


ଘର ଲାଗୁଥିଲା ସରଗପୁର

ତୁମେ ଥିଲ ଆମ କଥା କୁହା ଠାକୁର


ଛାତି ପଥର ଆଖି ଲୌହ କରିଲୁ

ଲୁହ ସବୁ ପିଇ ଜୀବନ ଜିଇଁଲୁ


ଗୃହେ ନାହିଁ ଆଉ ପ୍ରୀତି ସରାଗ

ସତେକି ହୋଇଛି ସେଠି ସୂର୍ଯ୍ୟପରାଗ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract