STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମତଦାନ ଅଧିକାର ତୋର

ମତଦାନ ଅଧିକାର ତୋର

1 min
412


ନ୍ୟାୟର ପକ୍ଷରେ ଦିଅ ମତଦାନ

  କର୍ତ୍ତବ୍ୟ ଅଟେ ତହର,

ଅନ୍ୟାୟ ବିରୋଧେ କର ମତଦାନ

 ହେବରେ ଖୁସି ସଂସାର।


ଅନ୍ୟାୟ ଦମନ ପାଇଁ ମତଦାନ

 ଗୁଞ୍ଜୁ ହୃଦୟରେ ତୋର,

ନ୍ୟାୟ ପକ୍ଷେ ଦିଅ ମତଦାନ ଭାଇ

 ହେଉ ସତ୍ୟର ସଞ୍ଚାର।


ପଞ୍ଚାୟତ ରାଜ୍ୟ ହେଲା ପରା ଏବେ

 ଉପଯୁକ୍ତର ଚୟନ,

ନାହିଁ ଭ୍ରଷ୍ଟାଚାର ଜନତା କଲ୍ୟାଣେ

 କର୍ତ୍ତବ୍ୟରେ ନିତିଦିନ।


ସମୃଦ୍ଧି ଆଣିବ ଜନ ଜନ ଙ୍କର

  କରହେ ନେତା ଚୟନ,

ସତ୍ୟ ନ୍ୟାୟ ପକ୍ଷେ ରହିଥିବ ଯିଏ

  କରିବାରେ ସମର୍ଥନ।


ଚିନ୍ତା ଯାର ହୃଦେ ଗାଆଁର ଉନ୍ନତି

  ଦିଅ ମତଦାନ ତାକୁ,

ନୂଆ ଭାରତର ନୂତନ ସ୍ବପ୍ନକୁ

  କରିବ ସାକାର ତାକୁ।


ହେଉ ଲୋକସଭା ବିଧାନସଭା ର

  ବାଛିବାହେ ଜ୍ଞାନୀ ନେତା,

ମନ୍ତ୍ର ଅହିଂସାର ଯା ହୃଦେ ଗୁଞ୍ଜୁଛି

  କର ଭାଇ ତାକୁ ନେତା।


ଜନତା କଲ୍ୟାଣେ ଆଗଭରା ଯିଏ

  ସ୍ବାର୍ଥ ନାହିଁ ଯାର କାର୍ଯ୍ୟେ,

ମନ୍ତ୍ର ସମଭାବ ଯା ହୃଦେ ଗୁଞ୍ଜୁଛି

  ରାଷ୍ଟ୍ର ଭକ୍ତି ତାର କାର୍ଯ୍ୟେ।


ନାହିଁ ଭ୍ରଷ୍ଟାଚାର ଜୀବନରେ ତାର

  ନେତା ଉପଯୁକ୍ତ ସେହୁ,

ରାଷ୍ଟ୍ରର ନିର୍ମାଣେ ସମର୍ପଣ ଭାବ

  ସତ୍ୟ ଧର୍ମ ମାର୍ଗେ ସେହୁ।


ପ୍ରଲୋଭନ ଦିଏ ଯେଉଁ ନେତା ଭାଇ

  ବାଣ୍ଟୁ ଥାଏ ଟଙ୍କା ମଦ,

କର ବହିଷ୍କାର ଏପରି ନେତାକୁ

  ଆଣିବ ରାଷ୍ଟ୍ରେ ବିପଦ।


ନିଜ ସଂସ୍କୃତିର ରକ୍ଷା କରିବାରେ

  ରୁହେ ସଦା ଆଗଭର,

ମାତୃଭୂମି ପ୍ରୀତି ମାତୃଭାଷା ପ୍ରେମ

  ରଖିଥାଏ ଜୀବନର।


ମତଦାନ ତୋର ଏପରି ନେତକୁ

  ସମର୍ଥନ ନିରନ୍ତର,

କୃଷ୍ଣ ରାମ ଭକ୍ତି ରଖିଥାଏ ଯେହୁ

  କାଳିଆ ପୂଜନ ତାର।


ସତ୍ୟ ଧର୍ମ ତ୍ୟାଗ ପ୍ରେମ ଶ୍ରଦ୍ଧା ଭାବ

  ଜନଜନଙ୍କର ସେବା,

କର ସମର୍ଥନ ମତଦାନ ଦ୍ବାରା

  କରିବ ମାନବ ସେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract