STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସମ୍ପର୍କ

ସମ୍ପର୍କ

1 min
382

ଜୀବନଟି ଯହିଁ ସମ୍ପର୍କ ଭି ତହିଁ

  ବିନୁ ମୂଲ୍ୟେ ନାହିଁ କିଛି,

ସମ୍ପର୍କ ଜୀବନ ବଞ୍ଚିବାର ମାର୍ଗ

  ସମ୍ପର୍କ ହିଁ ସବୁ କିଛି।


ଶିଶୁ କାଳୁ ଯେହୁ ସମ୍ପର୍କେ ଜଡ଼ିତ

  ସଙ୍ଗ ସାଥୀ ସଙ୍ଗ ମେଳି,

ଶିଶୁଙ୍କ ସମ୍ପର୍କ ନିର୍ମଳର ମେଳି

  ନାହିଁ ତହିଁ ସ୍ବାର୍ଥ ବୋଳି।


ନୂଆ ନୂଆ ତହିଁ ସମ୍ପର୍କ ଜଡ଼ିତ

  ଜୀବନ ଏହୁ ଯାତ୍ରାରେ,

ସ୍କୁଲ ଓ କଲେଜ ନୂଆ ସମ୍ପର୍କ ଟି

  ଅର୍ଜନ ଶିକ୍ଷା ପଥରେ।


ଡୋର ସମ୍ପର୍କର ବନ୍ଧା କାର୍ଯ୍ୟକ୍ଷେତ୍ରେ

  ଅତି ଆବଶ୍ୟକ ଯହିଁ,

ସମ୍ପର୍କ ନଥିଲେ ନଚଳିବ କିଛି

  ସବୁତ ଜଡ଼ିତ ତହିଁ।


ପରା ପିତୃମାତୃ ସମ୍ପର୍କ ଶ୍ରେଷ୍ଠରେ

  ନାହିଁ ପଟାନ୍ତର ଯାର,

ସ୍ତ୍ରୀ ଓ ସ୍ବାମୀର ସମ୍ପର୍କ ଅଟୁଟ

  ଅଟେ ନିସ୍ବାର୍ଥ ପ୍ରେମର।


ମନୁଷ୍ୟ ଜୀବନ କର୍ମର ନିମନ୍ତେ

  ସମ୍ପର୍କ ମହତ୍ତ୍ଵ ଯହିଁ,

ବିନା ସମ୍ପର୍କରେ ଅନ୍ଧାର ଜୀବନ

  ଲାଗେ ସବୁ ଶୂନ୍ୟ ତହିଁ।


ସମ୍ପର୍କ ବଳରୁ କାର୍ଯ୍ୟ ସିଦ୍ଧି ହୁଏ

  ହୁଏ ସେ ବିଜୟୀ ଭବେ,

ସବୁ ସମସ୍ୟାର ସମାଧାନ ହୁଏ

  ସଫଳ ହୁଏରେ ଭବେ।


ଭାଇ ଓ ଭଉଣୀ ସମ୍ପର୍କ ଅତୁଟ

  ଅତୁଳନୀୟ ଟି ଭବେ,

ଭଉଣୀ ବାନ୍ଧେ ଟି ପ୍ରେମର ଡୋରକୁ

  ଅପୂର୍ବ ବନ୍ଧନ ଭବେ।


ସୁରକ୍ଷା ବଚନ ଭାଇ ଭଉଣୀକୁ

  ଶ୍ରଦ୍ଧାର ବଚନ ଦିଏ,

ସମ୍ପୂର୍ଣ୍ଣ ଜୀବନ ଭଉଣୀ ସୁରକ୍ଷା

  ତାଭାଇ ବଚନ ହୁଏ।


ଏହୁତ ସମ୍ପର୍କ ବନ୍ଧୁତା ସମ୍ପର୍କ

  କୃଷ୍ଣ ଓ ସୁଦାମା ପରି,

ସମ୍ପର୍କ ବନ୍ଧନ ହୁଏ ଯେ ପ୍ରଗାଢ

  ନାହିଁ ରାଜା ଓ ଫକିରି।


ଶିକ୍ଷା ଦିଏ ଜନେ ସମ୍ପର୍କ ମହତ୍ତ୍ଵ

  ଅଟେ ସର୍ବୋପରି ଭବେ,

କୃଷ୍ଣ ଓ ସୁଦାମା ସମ୍ପର୍କ ପ୍ରଗାଢ

  ଗୁଞ୍ଜୁ ଅଛି ଶିକ୍ଷା ଭବେ।


ସମ୍ପର୍କରେ କେବେ ସ୍ବାର୍ଥ ଥାଏ ନାହିଁ,

  ଥାଏ ପ୍ରେମ ଶ୍ରଦ୍ଧାଭାବ,

ସାହାଯ୍ୟ କରିବା ମନ୍ତ୍ର ରହିଥାଏ

  ଥାଏ ଟି ସମ୍ପର୍କ ଭାବ।


ଦିଅଁଙ୍କ ପୂଜନ ସମ୍ପର୍କ ଜୀବନେ

  ନିତ୍ୟେ କୃଷ୍ଣରାମେ ଭକ୍ତି,

କାଳିଆ ସମ୍ପର୍କ ହୃଦେ ଗୁଞ୍ଜୁ ଥିବ

  ରହି ଥିବ ନିତ୍ୟେ ଭକ୍ତି।


ମାୟାର ସଂସାର କଳିଯୁଗ ଏହୁ

  ମୂଲ୍ୟ ସମ୍ପର୍କର ବହୁ,

ସମ୍ପର୍କ ବଳରୁ ହେବ ଶୁଭମୟ

  ଶାସ୍ତ୍ରର ବଚନ ଏହୁ।


ଭକ୍ତ ଭଗବାନ ସମ୍ପର୍କ ଦେଖରେ

  ଶିକ୍ଷା ଦିଏ ଜଗତକୁ,

ରାମ ହନୁମାନ ଭକ୍ତିର ସମ୍ପର୍କ

  ଅଟେ ଶିକ୍ଷା ଜନତାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract