ଶୀର୍ଷକ *ଆଶିର୍ବାଦ*
ଶୀର୍ଷକ *ଆଶିର୍ବାଦ*
ରାଗ *ଋଷିକୂଲ୍ୟା*
ଚନ୍ଦନଠୁ ବଳି ମା *ଆଶିର୍ବାଦ*
ଦିଅଁ ଓ ସେବାତା ପରାପ୍ରସାଦ
ହୁଏ ଦୂର ସବୁ ପଥ *ପ୍ରମାଦ*
ଗୁରୁ ମା ପରାରେ ଜନନୀ ପ୍ରତ୍ୟକ୍ଷ
ଏ ଜୀବନ ସେହୁ ଦିଅନ୍ତି
ସହି କେତେ କଷ୍ଟ ଜନମ କରନ୍ତି
ଦୁଃଖ କଷ୍ଟେ କେତେ ଭୋଗନ୍ତି।
ପିତୃମାତୃ ସ୍ଥାନ ସର୍ବୋଚ୍ଚ ଅଟେ
ଆଜ୍ଞାକାରୀ ପରା ତାଙ୍କ ନିକଟେ
ମନୁଷ୍ୟ ସେ କରେ ଅତିହିଁ କଷ୍ଟେ
*ସର୍ବୋପରି* ମାତା ଜୀବନ ଯାତ୍ରାରେ
ତାଙ୍କସେବା ଆମ *କର୍ତ୍ତ୍ୟବରେ*
ଦିଅଁଙ୍କର ପରି ନିତ୍ୟେ ଭକ୍ତି ତାଙ୍କରେ
ଦୁର୍ଲ୍ଲଭ ଏ ପ୍ରଣ ତହିଁରେ ।
ଏ ଭବ ସଂସାର କର୍ମର ପାଇଁ
*ସନାତନ* ଧର୍ମ ଅଟେରେ ଯହିଁ
*ଶାନ୍ତିର ସନ୍ଦେଶ* ଗୁଞ୍ଜନ ଏହିଁ
ଅଟରେ ଏ *ପବିତ୍ର* ତା ପରି କାହିଁ
ଅଟେ ଏ ଭାରତର ଭୁଇଁ
ସତ୍ୟ ତ୍ୟାଗ ଧର୍ମରେ ଗୁଞ୍ଜୁଛି ଏହିଁ
ସେବା ଭକ୍ତି ପ୍ରେମକୁ ଚାହିଁ।
କର୍ତ୍ତବ୍ୟେ ଜଡ଼ିତ ଭାରତବର୍ଷ
ମନ୍ତ୍ର ଅହିଂସା ଟି ଯାର ଉଦ୍ଦେଶ୍ୟ
ମୈତ୍ରୀ ଭାବ ଯାର ସମ୍ପୂର୍ଣ୍ଣ ବିଶ୍ବ
ଦିଏ ଟି ଶାନ୍ତିର ଏ ମନ୍ତ୍ର ସନ୍ଦେଶ
କୃଷ୍ଣ ରାମ ଏହୁତ ଦେଶ
ଅମୃତ ଏ କାଳରେ କରେ ହରଷ
ଆସିଛି ନୂଆ ଉଲ୍ଲାସ।
ମନୁଷ୍ୟ ଜୀବନ ହେଉ ସାର୍ଥକ
ରହୁ ସେବ ଭାବ ଗୃହେ ଅନେକ
ପିତୃମାତୃ ସେବା କରନ୍ତୁ ଲୋକ
ଗୁଞ୍ଜୁରେ ଗୌରବ ହେଉରେ ବିକାଶ
ରାଷ୍ଟ୍ର ପ୍ରେମ ରହୁ ପ୍ରତ୍ୟକ୍ଷ
କର୍ତ୍ତବ୍ୟର ପାଇଁ ପରା ଏ ମୃତ୍ୟୁ ଲୋକ
ରହୁ ବିଶ୍ବଗୁରୁ ରେ ଲକ୍ଷ୍ୟ।