STORYMIRROR

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ଆଦର ହେଉ ମାତୄଭାଷାର

ଆଦର ହେଉ ମାତୄଭାଷାର

1 min
180


ଅତିହିଁ ମହାନ ଦେଶର ପ୍ରଧାନ


ନୂଆ ଶିକ୍ଷାନୀତି ଦେଲେ,


ଉନ୍ନତି କରିବେ ଦେଶର ଜନତା


ମାତୄଭାଷାରେ ପଢିଲେ।୧।


ଜ୍ଞାନର ପ୍ରଦୀପ ପ୍ରଜ୍ବଳିତ ହେବ


ଅପୂର୍ବ ଜ୍ଞାନ ମିଳିବ,


ସବୁ କଥା ସେହୁ ସରଳେ ବୁଝିବ


ଶିକ୍ଷାର ମାନ ମିଳିବ।୨।


ମାତୄଭାଷା ମୋ ଜୀବନେ ସରଳ


ଜନ୍ମକାଳୁ ଶିଖୁ ଅଛି,


ପିତୃମାତୃ ମୋର ଜନ୍ମରୁ ମୋତେହିଁ


ମୋ ଭାଷା ଶିକ୍ଷା ଦେଇଛି।୩।


ପିତାମାତା ମୋର ପ୍ରାଣେ ସର୍ବୋପରି


ବାଲ୍ୟ ଗୁରୁ ସେହି ମୋର,


ଆଦର କରିବା କର୍ତ୍ତବ୍ୟହିଁ ମୋର


ଆଦର କରେ ଭାଷାର।୪।


ପଞ୍ଚମ ଶ୍ରେଣୀର ପ୍ରାରମ୍ଭିକ ଶିକ୍ଷା


ନିଜ ଭାଷାରେ ପଢିବା,


ବାଧ୍ୟତାମୂଳକ ହେଲା ଶିକ୍ଷାନୀତି


ମାତୄଭାଷାରେ ପଢିବା।୫।


ଅତିହିଁ ମହାନ ଦେଶର ପ୍ରଧାନ


ନୂଆ ଶିକ୍ଷାନୀତି ଦେଲେ,


ଉନ୍ନତି କରିବେ ଦେଶର ଜନତା


ମାତୄଭାଷାରେ ପଢିଲେ।୬।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract