STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

✍ଜୟ ଜଗନ୍ନାଥ✍

✍ଜୟ ଜଗନ୍ନାଥ✍

1 min
989

ଆହେ ଜଗନ୍ନାଥ  ଦୁଃଖି ଦୁଖ ହାରୀ

     ଦୀନବନ୍ଧୁ ଭକ୍ତ ବତ୍ସଳ

ମହୋଦଧୀ ତୀରେ    ରତନ ବେଦୀରେ

      ଉପବିଷ୍ଟ  ଜଗତ ପାଳ||

ଜୟ ଜଗନ୍ନାଥ      ଅନାଥର ନାଥ

      ତୁମ ପାଦେ ମୋ ମିନତି

କରିବି ସଦା ମୁଁ     ତବ ଜୟଗାନ

     ରଖି ତବ ପାଦେ ମତି ାା

ଗାଇବି ସଦା ମୁଁ      ତୁମରି ସଙ୍ଗୀତ

     ବଖାଣି ତୁମ ମହିମା

ଦିଅ ହେ ଆଶିଷ     ଆହେ ଜଗଦିଶ

      କୁଣ୍ଠା କରନାହିଁ ଜମା ||

ବାରମାସେ ତେର   ଯାତରା ରଚିଣ

     ଭକତଙ୍କୁ  ଭାବ ବିହ୍ବଳ

ବିଭୁ ପ୍ରେମ ସ୍ରୋତେ   ଭସାଇ ରସାଇ

      ଲଗାନ୍ତି ଗହଳ ଚହଳ||

ପେଟ ପୁରେ ନାହିଁ    ବୋଲି କହି ସିଏ

        ଷାଠିଏ ପଉଟି ରାନ୍ଧି

ଅବଢା ରୂପରେ    ଭକତେ ଖୁଆନ୍ତି

     ଭାବର ଡୋରୀରେ ବାନ୍ଧି||

ମହୋଦଧି ଦୂରୁ    ବହି ଆଣୁଥାଏ

     ସୁଶିତଳ ସେ ସମୀରଣ

ନୀଳଚକ୍ର ଦେହେ   ହାତ ଠାରି ଡାକେ

    ତା ବାନା ପତିତ ପାବନ||

କଳ୍ପ ବଟ ଠାରୁ    ମହୋଦଧି ଯାଏ

     ସ୍ଥାନ ଅଟେ ଅନ୍ତର୍ବେଦୀ

ଯେଉଁ ସ୍ଥାନେ ନର   ମରଣ ଲଭିଲେ

      ଯମ ପାରେନି ଜମା ବାନ୍ଧି||

ଅନ୍ତର୍ବେଦୀ ଦେହେ  ତେଜି ଶେଷ ଶ୍ବାସ

     ସ୍ବର୍ଗଦ୍ବାରେ ଲୀନ ହୋଇଲେ

ମୋକ୍ଷ ଲଭି ନର   ଜନ୍ମ ମୃତ୍ୟୁ ଚକ୍ରୁ

   ମୁକତି ଲଭଇ ସେ ଭଲେ ||

ଆଦ୍ୟ ଅବତାର   ମତ୍ସ୍ୟ ଅବତାର

     ତା ମହୋଦଧିରେ ନେଇଣ

ଆରତ ତାରଣ   ଧର୍ମ ସଂସ୍ଥାପନ

    କରିଥିଲେ ବିଷ୍ଣୁ ମୋହନ||

ତା ଦେଉଳ ଅଟେ   ବଡ ଦେଉଳ ଯେ

     ଦାଣ୍ଡ ତାହାର ବଡ ଦାଣ୍ଡ

ସୁନାର ଗୌରାଙ୍ଗ   ପ୍ରଭୁ ଲୋକନାଥ

     ନୀଳାଚଳୁ ବିଶ୍ବ ବ୍ରହ୍ମାଣ୍ଡ ||

ବିଶ୍ବ ମାନଚିତ୍ର    ରଚଇ ଶ୍ରୀକ୍ଷେତ୍ର

    ମହିମା ମୟ ଜଗନ୍ନାଥ

ଚଉଦ ଭୁବନ    ପାଳନ କରଇ

    ତା ପାଦେ କୋଟି ପ୍ରଣିପାତ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract