STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଝିଅ ପୁଅ ମଧ୍ୟରେ ନାହିଁ ପ୍ରଭେଦ

ଝିଅ ପୁଅ ମଧ୍ୟରେ ନାହିଁ ପ୍ରଭେଦ

1 min
180

ଝିଅ ପୁଅ ମଧ୍ୟରେ ନାହିଁ ପ୍ରଭେଦ

   ବୁଝନ୍ତି ନାହିଁ କିଛି ମୁର୍ଖ ଲୋକ 

ସେମାନେ ଖୋଜନ୍ତି ପୁଅ

   ଝିଅକୁ ମାନନ୍ତି ହୀନ।।


ଝିଅ ପୁଅ ମଧ୍ୟରେ ନାହିଁ ପ୍ରଭେଦ

   ଝିଅ ଯେ ଘରର ଲକ୍ଷ୍ମୀ ତ

ପୁଅର ଘରର କୁବେର

   ଦୁହେଁ ମିଶି ଗଲେ ବଢ଼େ ଘରର ସମ୍ମାନ।  


ଝିଅଟି ଆସିଲେ ତାର

   କୁନି କୁନି ପାଦର ପାଉଁଜିର ଛମ୍ ଛମ୍

ଶବ୍ଦରେ ଘର ଉଠଇ ଗୁଞ୍ଜରିତ 

  ଘରେ ଖେଳି ଯାଏ ଲହରୀ ଖୁସିର।। 


ପୁଅଟି ଜନ୍ମ ହେଲେ 

   ଘରେ ପୁରି ଯାଏ ଆନନ୍ଦ ଓ ଉଲ୍ଲାସରେ

ଘରର ଉତ୍ତରାଧିକାରୀ ଆସିଲା ବୋଲି ଯେ

   ବାପା ମାଆଙ୍କ ପାଦ ନ ଥାଏ ତଳେ।। 


ଝିଅ ପୁଅ ପାଠ ପଢି ହେଲେ ବଡ଼ ମଣିଷ

   ସେମାନଙ୍କର ହୁଏ ଚାରିଆଡ଼େ ଯଶ ଗାନ

ପରିବାରର ବଢ଼ିଯାଏ ମାନ ସମ୍ମାନ

   ପରିବାର ଲୋକେ ଅନୁଭବ କରନ୍ତି ଗର୍ବ।। 


ଝିଅ ପୁଅ ମଧ୍ୟରେ ନାହିଁ ପ୍ରଭେଦ

   ଝିଅ ପୁଅ ସବୁ ସମାନ

ସମସ୍ତେ କୁହନ୍ତି ଏ କଥା ଭାଷଣରେ ବଡ ବଡ

   ହେଲେ ସବୁବେଳେ ଝିଅ ପୁଅ ମଧ୍ୟରେ କରନ୍ତି ପାତର ଅନ୍ତର ।।


କଣ ପାଇଁ ଝିଅ ପୁଅ ମଧ୍ୟରେ କରନ୍ତି ଭେଦଭାବ

   ଝିଅ ହୁଏ ପର ଘର

ସେଥିରେ କ'ଣ ତାର ଥାଏ ଭୁଲ

   କାହିଁକି ତାକୁ କରାଯାଏ ଅନାଦାର

କଣ ପୁଅମାନେ ସବୁବେଳେ ହୋଇ ନିଜର 

   ବେଳେବେଳେ ସେମାନେ ବି କରନ୍ତି ବାପା ମାଆଙ୍କୁ ଅନାଦାର।। 


ତେଣୁ ଝିଅ ପୁଅ ମଧ୍ୟରେ ନ କରି ଭେଦ

   ଦୁହିଁଙ୍କୁ ଦିଅ ସମାନ ପ୍ରେମ ଓ ଗୁରୁତ୍ୱ

ଦୁହେଁ ହିଁ ଘରର ସମ୍ମାନ 

   ଦୁହିଁଙ୍କୁ କର ଆଦର, ଘର ହୋଇବ ଖୁସି ପରିବାର।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract