STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଦାରୁଣ ଗ୍ରୀଷ୍ମ

ଦାରୁଣ ଗ୍ରୀଷ୍ମ

1 min
247

ମଧୁର ବସନ୍ତ ଧରଣୀ କୋଳୁ ବିଦାୟ ନେଲା

ପ୍ରଚଣ୍ଡ ଖରାକୁ ସାଥିରେ ଧରି ଗ୍ରୀଷ୍ମ  ଆସିଲା ।।

ଜଳ ଶୂନ୍ୟ ହେଲା ଧରଣୀ ଅଂଶୁମାନ ପ୍ରକୋପେ

ମର୍ତ୍ତ୍ୟବାସୀ ଜୀବଜଗତ ସଢ଼ିଗଲେ ସନ୍ତାପେ ।।

ମାର୍ତ୍ତଣ୍ଡ ପ୍ରଚଣ୍ଡ କିରଣ ଜ୍ୱାଳା ହେଲା ପ୍ରବଳ

ଦିବସ ମଧ୍ୟାହ୍ନେ ପାଇଲେ ଭୟ ଜୀବ ସକଳ ।।

ଅସାବଧାନ ଏ ସମୟେ ଭେଟ ହୁଏ ଶମନ

ସାବଧାନ ହୋଇ ଚଳିଲେ ଦେହେ ରହଇ ପ୍ରାଣ ।।

ଖରାବେଳେ ରୁହ ଗୃହରେ ବାହାରକୁ ନ ଯାଅ

ଜରୁରୀ କାମରେ ସାଥିରେ ଛତା ଜୋତାକୁ ନିଅ ।।

ପଖାଳ ତୋରାଣୀ ପିଇବ ଟିକେ ଦହି ମିଶାଇ

କାକୁଡି ତରଭୁଜ ଖାଅ ମନେ ଚିନ୍ତା ନ ବହି ।।

ବାହାରକୁ ଗଲେ ସାଥିରେ ପାଣି ବୋତଲ ନିଅ

ସୁତା ପୋଷାକକୁ ପିନ୍ଧିଣ ଚଳ ପ୍ରଚଳ ହୁଅ ।।

ନିଜ ନିଜ ଛାତ ଉପରେ ରଖ ପାନୀୟ ପାତ୍ର

ବିହଙ୍ଗମ ଦଳ ପିଇବେ ହେବ ପୂଣ୍ୟ ଅର୍ଜିତ ।।

ରାସ୍ତାର କଡରେ ପାଣି ମାଠିଆ ବାଟୋଇ ପାଇଁ

ରଖ ରଖ କେହି ପାଣି ଅଭାବୁ ମରିବେ ନାହିଁ।।

ଦାରୁଣ ଗ୍ରୀଷ୍ମମ ସମୟ ବଡ ଦୁଃଖ ଦାୟକ

ଗଛ ଲଗା ଆହେ ମାନବେ ହେଉ ହିତ କାରକ।।

ସ୍ୱାର୍ଥାନ୍ଧ ଅଜ୍ଞାନ ମାନବ ଆଜି ପୋଡ଼ୁଛି ବଣ

ଜାତୀୟ ସମ୍ପଦ ବିନିଷ୍ଟ ଅଂଶୁଘାତ କାରଣ ।।

ଅସାବଧାନ ନ ହୋଇଣ ଆମେ ସଜାଗ ହେବା

ଅଂଶୁଘାତ ମୃତ୍ୟୁ ଆମ ଦେଶରୁ ଦୁରେଇ ଦେବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract