Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ପୃଷ୍ଠପୋଷକ

ପୃଷ୍ଠପୋଷକ

1 min
168



ଖୋଲି ମାତୃଭାଷା ସିନ୍ଦୁକ 

ଶୁଣି ପୁଣି ତାର ଶବ୍ଦ କୁହୁକ ,

ଛୁଇଁ ଯାଏ ମନେ ପ୍ରାଣେ ପୁଲକ 

କରି ଶୁଦ୍ଧ ଉଚ୍ଚାରଣ ଅନେକ ।

କଥା କହିବା ଶୈଳୀରେ ଭରି କୁହୁକ 

ଆମ ମାତୃଭାଷା ର ମହକ ,

ପରସ୍ପର ଭାବ ଦିଆନିଆ ସୈନିକ 

ସଂସ୍କୃତି ପରମ୍ପରା ର ଭାଷା ହିଁ ରକ୍ଷକ ।

ଋତୁ ପରେ ଋତୁ ବିତୁ ଆସୁ ପଛେ ବୈଶାଖ 

ଭାଷା ସମୃଦ୍ଧି ରେ ଦେବା ରୂପରେଖ ,

ଭାଷା ଧର୍ମରେ ଆମେ ହିଁ ଅଲେଖ 

ଜାତି ଗୋତ୍ର ହେଉ ଭାଷା ସୁରକ୍ଷା ରକ୍ଷକ ।

ଭାଷା ଉନ୍ନତି ସାଧନେ ହେବା ଭାବୁକ 

ସମୃଦ୍ଧି ପାଇଁ ହେବା କବି ଲେଖକ ,

ବିତରି ଯିବା ଭାଷା ର ସୁବାସ ମହକ 

ସବୁରି ଭିତରେ ନିଜ ଭାଷା ଆଲେଖ୍ୟ ।

ଭାଷା ହେଉ ଆମ ରକ୍ତ ର ନିୟନ୍ତ୍ରକ 

ଉର୍ନ୍ନତି ରେ ତାର ହେବା ବଣିକ ,

ଯୁଗେ ଯୁଗେ ଭାଷା ସ୍ୱତନ୍ତ୍ର ନିର୍ଣ୍ଣାୟକ 

ଭାଷା ନାଉରୀ ଶବ୍ଦ ଲହରୀ ଶିଖୁ ଆଗନ୍ତୁକ ।

ଆଉ ଯେତେ ଭାଷା ଶିଖୁଛ ଶିଖ 

ନିଜ ମାତୃଭାଷା ମହତ୍ତ୍ୱ ଗୁରୁତ୍ୱ ରଖ ,

ମାତୃଭାଷା ବିକାଶରେ ନହୋଇ ବାଧକ 

ପରିପୃଷ୍ଠକତତ୍ତ୍ୱ ଭିତରେ ନହୁଅ ସମୀକ୍ଷକ ।

ସମୃଦ୍ଧିଶାଳୀ ହେଉ ଭାଷା ର ପୁଲକ 

ମାତୃଭାଷା ରେ ବନ୍ଦନୀୟା ସାରା ମୁଲକ ,

ଜଗନ୍ନାଥ, ଭାଷା ସାହିତ୍ୟ ଐତିହର ରକ୍ଷକ 

ଚାରିଅକ୍ଷରେ ଚାରିଧାମରେ ଚାରିଯୁଗରେ 

 ଶ୍ରେଷ୍ଠ ପୃଷ୍ଠପୋଷାକ ଓ ମୋକ୍ଷ ଦାୟକ ।


Rate this content
Log in

Similar oriya poem from Abstract