STORYMIRROR

Jayashree Maharana

Abstract Others

3  

Jayashree Maharana

Abstract Others

ଅନ୍ତରେ ମଉଳେ ଆଶା

ଅନ୍ତରେ ମଉଳେ ଆଶା

1 min
239

କିଏ ବା କାହିଁକି ସରାଗେ ପଢିବ ଅନ୍ତର ତଳର ଭାଷା

ମଉନ ରାଗରେ ଜୀବନ ଜୁଝୁଛି ଅନ୍ତରେ ମଉଳେ ଆଶା

ନାରୀର ଜନମ ପାଇଛି ସଂସାରେ ପୁଣ୍ୟର ଗହଣା ନାଇ

ଅନନ୍ତ ଦିଗନ୍ତ ଛୁଇଁବା କି ପାପ ବନ୍ଧନର ବନ୍ଧ ଡେଇଁ ?


ସମ୍ପର୍କର ମାନ ରଖିବା ଆଳରେ ନୁଆଇଁଛି ମୋର ମଥା

କର୍ତ୍ତବ୍ୟକୁ କରି ଜୀବନର ବ୍ରତ ସାଉଁଟିଛି ଖାଲି ବ୍ୟଥା ।

ସପନ ଜଳାଏ ଗୋପନେ ହୃଦୟ ପାଦ ବୋଲମାନେ ନାହିଁ

ଅଥୟ ପ୍ରାଣର ଇଚ୍ଛା ପୂର୍ଣ୍ଣ ପାଇଁ ମୁଁ ଯେ ନିରୁପାୟ କାହିଁ ?


କେମିତି ଚିହ୍ନିବି କିଏ ବା ନିଜର ଚିନ୍ତାରେ ଭ୍ରମିତ ଚିତ୍ତ

କାମନା ଜ୍ବାଳାରେ ଜଳିଯିବା ଭୟ ରୋଧୁଛି ପ୍ରଗତି ପଥ

ଅନେକ ଦିନରୁ ଜମାଟ ବାନ୍ଧିଛି ଅମାପ ନିଃଶବ୍ଦ କୋହ

ଶୂନ୍ୟତାକୁ ସାଥି କରି ବଖାଣୁଛି ପ୍ରାରବ୍ଧ ଖୁସିର ମୋହ ।


ଘୃଣା କି ସମ୍ମାନ ହିସାବ ରଖିନି ସୁଖଦୁଃଖ ସୀମା ମୋର

ଅଲୋଡା ଅକୁହା ପାଣ୍ଡୁଲିପିଟିଏ ଦଗ୍ଧପ୍ରାଣ ଅନ୍ତଃସ୍ଵର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract