STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରୀତି ଶୃଙ୍ଗାରିଣୀ

ପ୍ରୀତି ଶୃଙ୍ଗାରିଣୀ

1 min
399

(ରାଗ- ଚୋଖି)


ପ୍ରୀତି ଶୃଙ୍ଗାରିଣୀ ତୁହି

ଦାମ୍ପତ୍ୟ ଜୀବନବହି

କେତେ କେତେ ଦିଅଁଙ୍କୁ ପୂଜନ କରିଛୁ

କର୍ତ୍ତବ୍ୟ ପଥରେ ରହି                  

ସନ୍ତାନ ପ୍ରାପ୍ତିକୁ ନେଇ

ଶକ୍ତିରୂପା ପରା'ରେ ଅଟୁ ପ୍ରୀୟତମା

ଧର୍ମପତ୍ନୀ ଅଟୁରେ ତୁହି............

ସନ୍ତାନର ସୁଖକୁ'ରେ ଆଣିଲୁ ବହି।।୧।।


ପଥ ପ୍ରଦର୍ଶକ ଅଟୁରେ

ଜ୍ଞାନଉପଦେଶ ଦେଉରେ

ଅଶାନ୍ତ ଏ ମନଟି ଶାନ୍ତ ହୋଇ ଯାଏ

ବଦନ ଚାହିଁ ଦେଲେରେ

ତୋକଥା ଶୁଣିଦେଲରେ

କେତେପ୍ରେମପ୍ରୀତି ଭରି ଯାଏ ଏହୃଦେ

ଅଟୁ ସର୍ବୋପରି ତୁହିରେ...........

ତହ ବିନୁ ଗତି ନାହିଁରେ ଜୀବନରେ ।।୨।।


ଧନ୍ୟ ହୋଇ ଅଛି ମୁହିଁ

ପିତୃମାତୃ ସେବା ଚାହିଁ

ସୁନାମ ଉଡୁଛି ପରା ସମାଜରେ ତୋର

ପ୍ରଶଂସା ତୋହର ତହିଁ

ମୃଦୁଭାଷୀ ଅଟୁ ଯହିଁ

ସମଭାବ ରଖିଛୁ ଗୃହସ୍ତା ଧର୍ମରେ

ପତ୍ନୀ ରୂପେ ପାଇ ମୁହିଁରେ........

ଧନ୍ୟହୋଇଅଛି ଜୀବନର ଯାତ୍ରାରେ।।୩।


ନାହିଁରେ ତୋର ବିଶ୍ରାମ

ଗୃହ କାର୍ଯ୍ୟେ ଅନୁକ୍ଷଣ

ସକାଳୁ ସକାଳୁ ନିତ୍ୟ କର୍ମକୁ ସାରି

ପ୍ରଭୁଙ୍କ ପଦ ସ୍ମରଣ

ଗୃହସ୍ତା ଧର୍ମ ଧରିଣ

କାଳିଆ କାଳିଆ ଯହୁଁ ଗୃହେ ଗୁଞ୍ଜନ

ଶଙ୍ଖ ହୁଳହୁଳିର ଶ୍ରବଣ........

ପତିବ୍ରତା ଧର୍ମ ତୁହି କରୁ ପାଳନ।।୪।


ମନବାଞ୍ଛା ପୂର୍ଣ୍ଣ କଲୁ

ସୁଖର ସଂସାର ଦେଲୁ

ଦେଲୁଟି ସଂସ୍କାର ସନ୍ତାନେ ଯେ ଆମର

କର୍ତ୍ତବ୍ୟକୁ'ରେ ଯୋଡିଲୁ

ସତ୍ୟବାଟ ଦେଖାଇଲୁ

ଧର୍ମ ଭକ୍ତି ପ୍ରେମ ଟି ଦେଲୁ ସନ୍ତାନୁଙ୍କୁ

କର୍ମର'ହେ ପ୍ରେରଣା ଦେଲୁ........

ରାଷ୍ଟ୍ର ଭକ୍ତି ପ୍ରୀତି ପ୍ରେମ ହୃଦେ ଭରିଲୁ।।୫।।



Rate this content
Log in

Similar oriya poem from Abstract