STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ମିଛ ଦୁନିଆଁରେ

ମିଛ ଦୁନିଆଁରେ

1 min
219

ମିଛ ଦୁନିଆଁ ରେ

କିଏ ବା କାହାର କୁହ

ମିଛ ପ୍ରେମ ମିଛ ସମ୍ପର୍କରେ

କା ଆଖିରୁ କୁହ ଝରୁଛି ଲୁହ ।


କେ ନୁହେଁ କାହାର

ସ୍ଵାର୍ଥ ଅର୍ଥେ ଜଡିତ 

ହୃଦ ମନ ସଭିଙ୍କର

କିଏ ପର ଏଠି କିଏ ଆପଣାର

ସବୁ ଖାଲି ଏଠି ମିଛ ଅଭିନୟ

ପର ବି ଆପଣା ଆପଣା ବି ପର

ଏ ମାୟା ସଂସାରେ କିଏ ବା କାହାର ।


ସବୁ ନାହିଁ ନାହିଁରେ

ଏ ସଂସାର ଭରପୁର

ଆଜି ଯେ ନିଜର କାଲି ସାତପର

ପର ବି ଆପଣା ଆପଣା ବି ପର

ମାୟା କୁହୁଡିରେ ରଚିଛେ

ଆମେ ଏ ଘର ପରିବାର

ସବୁ ଏଠି ଖାଲି ମାୟା ଆଉ ମୋହ

ଜୀବ ଗଲା ବେଳେ 

କିଏ ଯିବ ସାଥେ କୁହ

ସଭିଏଁ ଏଠି ସ୍ଵାର୍ଥପର 

ସବୁ ଏଠି ଖାଲି ଅଟେ ମାୟା ମୋହ ।


ପ୍ରେମିକାର ପ୍ରେମ ଅଟେ ଖାଲି ଭ୍ରମ

ମାୟା ମରିଚୀକା ତୁମ ଆମ ପ୍ରେମ

ନିନ୍ଦା ପ୍ରଶଂସା ସବୁ ମିଛ ଆଉ ଭ୍ରମ

ଜୀବନରେ ଏ ସବୁ ମାୟା ମୋହ ଆମ

ତୁମ ପାଇଁ ମୋ'ର ନାହିଁ ଅନୁକମ୍ପା

ମୋ ପାଇଁ ତୁମେ ଅଟ ଶୂନ୍ୟ ଆଉ ଫମ୍ପା

ଜଗତର ସାଇଁ ରହିଛନ୍ତି ଚାହିଁ

କିଏ ଅଟେ ତାଙ୍କ ପ୍ରିୟ

ସବୁ ମାୟା ସବୁ ମୋହ

ମିଛ ଦୁନିଆଁ ରେ

କିଏ ବା କାହାର କୁହ ।

  

ଜନ୍ମ ମୃତ୍ୟୁ ଆଉ ଜୀବନର ଚକ୍ର

ସବୁ ପରା ପ୍ରଭୁ ତୁମେ ହିଁ ଲେଖ

ତୁମେ ସୂର୍ଯ୍ୟ ତୁମେ ଚନ୍ଦ୍ର‌

ପ୍ରଭୁ ତୁମେ ସଂସାରେ ଦିଅ ସୁଖ

ତୁମ ବିନା ଏ ସଂସାରେ ସବୁ ନିରୁପାୟ

ମିଛ ଦୁନିଆଁରେ କିଏ ବା କାହାର କୁହ

ମିଛ ପ୍ରେମ ମିଛ ସମ୍ପର୍କରେ

କା ଆଖିରୁ କୁହ ଝରୁଛି ଲୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract