STORYMIRROR

Sarojini Jena

Abstract

4  

Sarojini Jena

Abstract

ହେ ଅନନ୍ତ

ହେ ଅନନ୍ତ

1 min
325


ହେ ଅନନ୍ତ ତୁମେ ଘେନ ପ୍ରଣିପାତ

             ଦୂରରୁ ତୁମକୁ ଏ ଅଧମ ଜଣାଏ,

ତୁମେ ତ ବସିଛ ନୀଳ କନ୍ଦରରେ

             ପ୍ରୀତି ଫୁଲହାର ଟିକେ ବଢାଏ ।


ତୁମର ତ ନାହିଁ ଟିକିଏ ଚିନ୍ତନ

              ମହାବାହୁ ତୁମେ ବିସ୍ତାରି ଅଛ,

ସେଇ ବାହୁରେ ଟିକେ ଛନ୍ଦି ହେବା ପାଇଁ

              କେତେ ବାହାନା ତୁମେ ମାରୁଛ ।


ଚକା ନୟନକୁ ଦେଲେ ଟିକେ ଚାହିଁ

               ହୃଦୟ ହୁଏ ମୋ ଉଦବେଳିତ,

ତୁମେ ହୃଦୟର ବାର୍ତ୍ତା ବୁଝି ବାର

             ମୋ ପାଇଁ କିଆଁ ମୌନ ହେ କଳାସାଆନ୍ତ ।


ଯୁଗ ପରେ ଯୁଗ ଅବତରୀ ତୁମେ

                କେତେ ଦିନ ଏପରି ବସିବ,

ସାରା ପୃଥିବୀ ଟା ପଡେ ହା ହା କାର

                 ତୁମ ଲୀଳା ଟିକେ ପ୍ରଭୁ ପ୍ରକାଶିବ।


ତୁମ ଭାବନାରେ ଛନ୍ଦି ହୋଇଗଲେ

                 ଏ ମନ ଚାହେଁନା ଆଉ କିଛି,

ତୁମ ରାଇଜକୁ ଥରେ ଚାଲିଗଲେ

                 ଦୁନିଆ ଲାଗଇ ମିଛି ମିଛି।


ତୁମ ଅଧରରେ ନାଲି ହସ ଟିକେ

                ମୋ ମନକୁ ଭାରି ଛୁଇଁ ଦିଏ,

ନିରବେ ନିରବେ ମୁଁ ପରା ତୁମକୁ

                କେତେ କାହାଣୀ ମୋ କହିଯାଏ।


ଅନ୍ତର୍ଯ୍ୟାମୀ ତୁମେ ଅନ୍ତର ବାରତା

                 ନ ପାରୁଛ କିଆଁ ଟିକେ ଜାଣି,

ତୁମ ପାଇଁ ମୋର ନାହିଁ କିଛି ଦେବା ପାଇଁ

                 ଭକ୍ତି ଅର୍ଘ୍ୟ ଟିକେ ନିଅ ପୁଣି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract