STORYMIRROR

Archana Acharya

Abstract Inspirational

4  

Archana Acharya

Abstract Inspirational

ଏଇତ ଜୀବନ

ଏଇତ ଜୀବନ

1 min
328

ଏଇତ ଜୀବନ,

କେବେ ହସର ପସରା

କେବେ ଲୁହର ଅସରା । 

ଏଇତ ଜୀବନ,

କେବେ ବୈଶାଖର ଖରା

କେବେ ଶ୍ରାବଣର ଧାରା ।

ଏଇତ ଜୀବନ, 

କେବେ ମାନି ଅଭିମାନ

କେବେ ଆଘାତର ଚିହ୍ନ ।

କେବେ ଅସ୍ତ ଗାମୀ ସୂର୍ଯ୍ୟ

କେବେ ପୂର୍ଣ୍ଣିମାର ଜହ୍ନ ।

ଏଇତ ଜୀବନ, 

କେବେ ପ୍ରେମର ଝରଣ|

କେବେ କେବେ ପ୍ରତାରଣା ।

କେବେ ଲାଗେ ସବୁ ମାୟା

କେବେ ବିଷାଦର ଛାୟା ।

ଏଇତ ଜୀବନ,

କେବେ ସ୍କୃତିର ମହଲ

କେବେ କାନନର ଫୁଲ ।

କେବେ ଲାଗେ ମରିଚିକା

କେବେ ସ୍ୱପ୍ନ ପଡ଼େ ଫିକା ।

ଏଇତ ଜୀବନ,

କେବେ ଅଦିନିଆଁ ଝଡ଼

କେବେ ନିଏ ନୂଆ ମୋଡ ।

କେବେ ଅମାବାସ୍ୟା ରାତି

କେବେ କୋହଭରା ତାତି ।

ଏଇତ ଜୀବନ,

କେବେ ଏନ୍ତୁଡିର ନିଆଁ

କେବେ ମଶାଣିର ଧୂଆଁ ।

କେବେ ଅଧାଫୁଟା କଳି

କେବେ ଯାଏ ସେ ମଉଳି |

   


Rate this content
Log in

Similar oriya poem from Abstract