STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଅଡ଼ୁଆ ସୁତା

ଅଡ଼ୁଆ ସୁତା

1 min
415

ଆଡୁଆ ସୁତାର ଖିଅ ଖୋଜୁ ଖୋଜୁ

ଆହୁରି ଅଡୁଆ ହୋଇ ଯାଏ

ଯେତେ ଯତନ କଲେବି ସମ୍ଭାଳି ହୁଏନା

ମୋଡ଼ି ହୋଇ କେବେ ଛିଡିଯାଏ।।

ଗଣ୍ଠି ମାରି କଣ୍ଠି -ମାଳ ପିନ୍ଧିଥିଲି

ନିଜ ନିଶ୍ୱାସ ଅଟିକି ରହିଥିଲା

ଗଣ୍ଠି ହୁଗୁଳେଇ ନିଶ୍ବାସ ନେଉଛି

ଖୋଲି ଦେଲେ ମୋତି ଗଡ଼ି ଯାଏ।।

ସମୁଦ୍ର ଭିତରେ ଶାମୁକା ଶୋଇଛି

ଶାମୁକା ଭିତରେ ମୋତି ଅଛି ବୋଲି

ଶାମୁକାକୁ ଜଣା ନଥାଉ ପଛକେ

ସାରା ଦୁନିଆଁ କୁ ଜଣା ପଡ଼ିଯାଏ।।

ମୋଟା ଚାଷମାକୁ ପୋଛି ଯତନରେ

ଆଖିରେ ଲଗେଇ ରଖୁ ରଖୁ

କେବେ କେବେ ଟିକେ ଧୂଳି ଜମିଗଲେ

ଚିହ୍ନା ଅକ୍ଷର ଅଚିହ୍ନା ହୋଇଯାଏ।।

ଘର ଦୁଆରୁ ପାହୁଲ ବଢ଼େଇଛ

ଲେଉଟିବା ବେଳ ହେତୁ ଥାଉ

ହେଲେ ଉଚ୍ଚର ହେବୁ ରେ ସାତପର

ଆଉଜା କବାଟ ନିତି କହୁଥାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract