STORYMIRROR

Sarojini Jena

Abstract

4  

Sarojini Jena

Abstract

ମୋ ପ୍ରଭୁ ଶ୍ରୀଜଗନ୍ନାଥ

ମୋ ପ୍ରଭୁ ଶ୍ରୀଜଗନ୍ନାଥ

1 min
348


ଭାବକୁ ନିକଟ ସିଏ

          ଅଭାବକୁ ଦୂର,

କଳା ଶ୍ରୀମୁଖେ ଦିଶ ଆହେ 

            ସୁନ୍ଦର ତଵ ନାଲି ଅଧର ll

ପୟରେ ବାଜୁଛି

         ତୁମ୍ଭ ପେନ୍ଥି ଘୁଘୁଁର,

ଶରୀରେ ଆବୋରି ଅଛ

             ପାଟପିତାମ୍ବର ll

ସ୍ନାନ ଯାତ୍ରା ସାରି ତୁମ୍ଭେ 

            ସେବାରେ ରହିଛ,

ରଥଯାତ୍ରା ପାଇଁ ତୁମେ

             ସଜ ହେଉଅଛ ll

ସାଥେ ଭାଇ, ଭଉଣୀକୁ 

             ଆଣି ବିରାଯିବ,

ତିନି ରଥେ ବସି ତୁମ୍ଭେ

             ଜଗତ ମୋହିବ ll 

ତୁମ ସାନ୍ନିଧ୍ୟ ପାଇ ଭକ୍ତ

             ତ୍ରାହି ତ୍ରାହି ହେବ,

ହେ କଳାମୋହନ ତୁମେ

             କି ଯାଦୁ କରିବ ll

ସଂସାରରୁ ପାପ ନାଶି

            ସତ୍ୟ ରକ୍ଷା କରି,

ହେ ମୋହନ କଳାକାହ୍ନୁ

             ତୁମେ ବଂଶୀଧାରୀ ll

ସାରା ଜଗତ ଆଜି 

            ପଡେ ହାହାକାର,

ରକ୍ଷା କର ରକ୍ଷା କର

           ପ୍ରଭୁ ଚକ୍ରଧର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract