ଆଜିର ନାରୀ
ଆଜିର ନାରୀ
ନୂଆ ଭାରତରେ ଆବିର୍ଭାବ କିବା
ନୂଆ ନୂଆ ରୂପ ଧରି,
ଆଜି ସବୁ କ୍ଷେତ୍ରେ ନାରୀ ପରାକ୍ରମେ
ଗୌରବ ଦେଉଛି ଭରି।
ମାତା ନାରୀ ପରା ମମତାରେ ଭରା
ସ୍ତ୍ରୀ ରୂପେ ସେ ଗୃହ ଲକ୍ଷ୍ମୀ,
ଜଗତ ମଙ୍ଗଳେ ବିଭିନ୍ନ ରୂପରେ
କିବା ଉଭା ଦୁର୍ଗା ଲକ୍ଷ୍ମୀ।
ଝିଅ ରୂପେ ନାରୀ ଖୁସି ଭରି ଦିଏ
ନାହିଁ ପଟାନ୍ତର ଯାର,
ଆନନ୍ଦ ଉତ୍ସବ ଗୃହେ ଆଣି ଦିଏ
ପରିଚୟ ଦିଏ ଶକ୍ତିର।
ଆଦରର ଝିଅ ପିତୃମାତୃଙ୍କ ସେ
ଦିଏ ଗୌରବ ଗୃହେ,
ପଠନେ ଆଗୁଆ ଖେଳରେ ଆଗୁଆ
କାର୍ଯ୍ୟରେ ଆଗୁଆ ଗୃହେ।
ଯୁଦ୍ଧ କ୍ଷେତ୍ରେ ଆଜି ନାରୀ ପରାକ୍ରମ
ଗୁଞ୍ଜୁ ଅଛି ଦିବାରାତ୍ର,
ନୂଆ ଆବିଷ୍କାର ବିଜ୍ଞାନ କ୍ଷେତ୍ରରେ
କରୁ ଛନ୍ତି ଦିନରାତ୍ର।
ଖେଳ କ୍ଷେତ୍ରେ ନାରୀ ଆଗଭରା ଆଜି
ରାଷ୍ଟ୍ରକୁ ଦିଏ ଗୌରବ,
ସମାଜ ନିର୍ମାଣେ ସର୍ବୋତ୍ତମ ନାରୀ
ରଖିଛି ମମତା ଭାବ।
ମନୋରଞ୍ଜନର ଅଭିନୟରେ ଭି
ନାରୀ ଆଗଭରା ଆଜି,
ଗୁଞ୍ଜନ କରୁଛି ନାରୀ ପରାକ୍ରମ
ଟିଭି ସିନେମାରେ ଆଜି।
ରାଜନୀତି କ୍ଷେତ୍ରେ କର୍ତ୍ତବ୍ୟ ପାଳନେ
ନାହିଁ ପଟାନ୍ତର ଯାର,
ଜନତା କଲ୍ୟାଣେ ଆଗୁଆ ନାରୀହେ
ପ୍ରେମ ମମତାର ଧାର।
କର୍ମକ୍ଷେତ୍ରେ ନାରୀ କର୍ମ ପରିଚୟ
ଦିଏ ଆଜି ଜନଜନ,
ଜ୍ଞାନରେ ଭୂଷିତ କର୍ମେ ସମର୍ପିତ
ଆକର୍ଷିତ ଜନମନ।
ପୁରୁଷର ଠାରୁ ବେଶି ହିଁ ବିବେକ
ଲକ୍ଷ୍ମୀ ଠାକୁରାଣୀ ନାରୀ,
ଧର୍ଯ୍ୟ ପରାକ୍ରମେ ନାରୀ ଦୁର୍ଗା ଦେବୀ
ସୃଷ୍ଟି ନିର୍ମାଣରେ ନାରୀ।
ବର୍ଣ୍ଣିବାର ଶକ୍ତି ନାହିଁରେ କାହାରେ
ନାରୀ ପରା ଆଦି ଶକ୍ତି,
ସତ୍ୟ ଅହିଂସାର ପ୍ରତିମୂର୍ତ୍ତି ନାରୀ
ଅସତ୍ଯରେ ଚଣ୍ଡୀ ମୂର୍ତ୍ତି।
ପ୍ରେମ ଶ୍ରଦ୍ଧା ଭକ୍ତି ମମତା ଯା ହୃଦେ
ଦିଅଁଙ୍କ ପୂଜନ ନିତି,
ଅସାଧାରଣ ସେ କର୍ତ୍ତବ୍ୟ କର୍ମରେ
ମମତା ର ପ୍ରତିମୂର୍ତ୍ତି।
