STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହୁଏ ଆତୁରିତ ମନ ପ୍ରାଣ

ହୁଏ ଆତୁରିତ ମନ ପ୍ରାଣ

1 min
228


ପରିବର୍ତ୍ତନର ପବନ ବହୁଛି

  ବହୁଛି ନିସ୍ବାର୍ଥ ଭାବ,

ତଥାପି ଦେଖରେ ବିକା କିଣା ତହିଁ

  ସତ୍ତାର କାମନା ଭାବ।


କିଣୁଛନ୍ତି ନେତା ଜନ ମାଳ ମାଳ

  ଟଙ୍କାର ବଳରୁ ଭୋଟ୍,

ଟଙ୍କାର ଲୋଭରେ ବିକ୍ରି ହେଉଛନ୍ତି

  ରହିଛି ଟଙ୍କାରେ ଭୋଟ୍।


ନିଜର ଉନ୍ନତି ଚିନ୍ତା ନାହିଁ କାର

  ଚିନ୍ତା ନାହିଁ ସମାଜର,

ପାଞ୍ଚ ଶହ ଅବା ହଜାରେ ଟଙ୍କାରେ

  ବିକ୍ରୀ ଅଧିକାର ତାର।


ଜନ ମନବୃତି ରହିଲେ ଏପରି

  କାହିଁ ଭଲ ପାଇଁ ସ୍ଥାନ ?

ଭ୍ରଷ୍ଟାଚାରୀ ପୁଣି କରିବ ଶୋଷଣ

  ପାଏ ସତ୍ତା ପଦ ସ୍ଥାନ।


ଶିକ୍ଷିତ ହେଉ ବା ଅଶିକ୍ଷିତ ହେଉ

  ତାର ଅଳ୍ପ ଲାଭେ ଧ୍ୟାନ,

ମଦ ଓ ଟଙ୍କାରେ ବିକ୍ରି ହୁଏ ତହିଁ

  ସାଜିଛି ଆଜିର ଜନ।


ନାହିଁ ମିଥ୍ୟା କିଛି ସତ୍ୟ ଏ ବଚନ

  ଏହୁ ଆବିର୍ଭାବ ରାଷ୍ଟ୍ରେ,

ଅଧିକାଂଶ ତହିଁ ଅଳ୍ପ ହିଁ ସ୍ବାର୍ଥରେ

  ବିକ୍ରି ହେଉଛନ୍ତି ରାଷ୍ଟ୍ରେ।


ନେତା ଭ୍ରଷ୍ଟାଚାରୀ କିଣୁଛି ଟଙ୍କାରେ

  କୋଟି ଟଙ୍କା ଖର୍ଚ୍ଚ କରି,

କରି ଭ୍ରଷ୍ଟାଚାର ଆଦାୟ କରିବ

   ନେତା ତାର ରୂପଧରି।


ପରା କଳିଯୁଗ ଧ୍ୟାନ ଜ୍ଞାନ ଶୁନ୍ୟ

  ଜଡ଼ିତ ସ୍ବାର୍ଥରେ ଏବେ

ରାଷ୍ଟ୍ରର ମଙ୍ଗଳେ ଧ୍ୟାନ ନାହିଁ ତାର

  ଚାଲେ ବିକାକିଣା ଏବେ।


ସ୍ବପ୍ନ ବିଶ୍ବଗୁରୁ କଳ୍ପନା କରିବା

  ଲାଗୁ ଅଛି ମିଥ୍ୟା ଏବେ,

ଜନତାଙ୍କ ବୃତ୍ତି ଏପରି ରହିଲେ

  ରାଷ୍ଟ୍ରର ଗୌରବ କେବେ।


ନବୁଝିବେ ଯେବେ ନିଜ ଅଧିକାର

  ନବୁଝିବେରେ ମହତ୍ତ୍ଵ,

ଚାଲୁ ଥିବ ଏଠି ବିକାକିଣା ନୀତି

  ମଦର ଟଙ୍କାର କୃତ।


ମଙ୍ଗଳ ଜନଙ୍କ କେଉଁଠୁ ହୋଇବ

  ଯିବ ପାଞ୍ଚ ବର୍ଷ ବିତି,

ନେତା କରି ନେବ ଧନର ସଞ୍ଜୟ

  କରି ଅଛି ଖର୍ଚ୍ଚ ଅତି।


ପାଞ୍ଚ ଶହ ଅବା ହଜାରେ ଟଙ୍କାରେ

  ବତଲେ ମଦରେ କିଣା

କିଣି ଅଛି ଭୋଟ୍ ଜନତା ଭିତରୁ

  ଜନଙ୍କୁ କରିଛି ବଣା।


ହେଉ ଲୋକସଭା ବିଧାନସଭା ବା

  ନିର୍ବାଚନ ପଞ୍ଚାୟତ,

ପ୍ରଥା ବିକାକିଣା ଚାଲୁଛି ରାଷ୍ଟ୍ରରେ

  କରୁଅଛି ମର୍ମାହତ।


ବିନତି ମୋହର କେନ୍ଦ୍ର ସରକାର

 ସଙ୍ଗେ ରାଜ୍ୟ ସରକାର,

ବିନତି ମୋହର ଜନ ସମୁଦାୟ

 ବୁଝିବା ହେ ଅଧିକାର।


ତେବେହିଁ ହେବରେ ରାଷ୍ଟ୍ର ବିଶ୍ବଗୁରୁ

  ଶକ୍ତିଶାଳୀ ହେବ ରାଷ୍ଟ୍ର,

ନେତା ଭ୍ରଷ୍ଟାଚାରୀ ନ ପାଇବେ ସତ୍ତା

  ପାଇବ ଗୌରବ ରାଷ୍ଟ୍ର।


ନୀତି ବିକାକିଣା ନହୁ ଏ ରାଷ୍ଟ୍ରରେ

  ଜ୍ଞାନୀର କର ଚୟନ,

ଜନ ସେବା ଭକ୍ତି ରାଷ୍ଟ୍ର ପ୍ରତି ପ୍ରୀତି

  ରାଷ୍ଟ୍ରହୀତେ ଯାର କର୍ମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract