STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଧନ୍ୟ ପ୍ରଭୁ ନୀଳା ତୋହର

ଧନ୍ୟ ପ୍ରଭୁ ନୀଳା ତୋହର

1 min
410

ଦେଉ ଅଛୁ ଦେଶେ ଅପୂର୍ବ ଗୌରବ

  ରାଷ୍ଟ୍ର ଏବେ ଶକ୍ତିଶାଳୀ,

ଗାଥା ଗୌରବର ଗାଉଛି ଦୁନିଆ

  ଜ୍ଞାନ କର୍ମେ ବଳଶାଳୀ।


ଜନତା କଲ୍ୟାଣେ କର୍ମ ଆବିର୍ଭାବ

  ନାହିଁ ଭେଦଭାବ କିଛି,

ହୃଦେ ତବଭକ୍ତି ସଂଚାରିତ ହୁଏ

  ଥାଏ ନି ସ୍ବାର୍ଥରେ କିଛି।


ଆଜି କର୍ମପଥେ କର୍ମଯୋଗୀ ଜନ

  କର୍ମ କରୁଛନ୍ତି ଯହିଁ,

ଅଦୁର୍ଶ୍ୟ ରୋଗର ତାଣ୍ଡବ ନୀଳାରୁ

  ପାଇ ଛନ୍ତି ମୁକ୍ତି ତହିଁ।


ନିସ୍ବାର୍ଥର ମନ୍ତ୍ର ଉଦୟ ରାଷ୍ଟ୍ରରେ

  ହୁଏ ଦୂର ଭ୍ରଷ୍ଟାଚାର, 

ଜନକଲ୍ୟାଣରେ ସମର୍ପଣ ଭାବ

  ଦୃଷ୍ଟି ପଡେ ନିରନ୍ତର।


ଅଦୁର୍ଶ୍ୟ ରୋଗର ବିଭୀଷିକା ଯହିଁ

  ବିଲୁପ୍ତ ହେଲାଣି ଏବେ,

ରାଷ୍ଟ୍ରର ଜନତା ଆତ୍ମବିଶ୍ୱାସରେ

  ଆତ୍ମନିର୍ଭର ଟି ଏବେ।


ବିଶ୍ବ ଗୁରୁ ସ୍ବପ୍ନ ସାକାର ନିମନ୍ତେ

  ଆବିଷ୍କାର ଘନଘନ,

ଅଦୃଶ୍ୟ ରୋଗର ନିବାରଣ ପାଇଁ

  ଟିକା ଲାଗେ ଜନଜନ।


ଟିକା ଆବିଷ୍କାର ଅଦୁର୍ଶ୍ୟ ରୋଗର

  ଭାରତ ନିର୍ମାଣ କଲା,

ନିରୋଗୀ ହୁଅନ୍ତି ଦେଶର ଜନତା

 ବିଶ୍ବକୁ ସାହାଯ୍ୟ କଲା।


ବିଶ୍ବକଲ୍ୟାଣରେ ସମର୍ପଣ ଭାବ

  ଦେଉଛି ବିଶ୍ବ କୁ ଟିକା

ନିରୋଗୀ ହୁଅନ୍ତି ବିଶ୍ବର ଜନତା

  ଏହୁତ ଭାରତ ଟିକା।


ଯାହା ବା ହେଉଛି ତହରୀ ନିର୍ଦ୍ଦେଶ

  ଧର୍ମ କର୍ମ ଜ୍ଞାନ ଭୁଇଁ,

ନୀଳା କରୁ ଅଛୁ ବଡ଼ ଦେଉଳରୁ

  ତହରତ ଏହୁ ଭୁଇଁ।


ଧନ୍ୟରେ କାଳିଆ ଧନ୍ୟ ତୋର ନୀଳା

  ଗୁଞ୍ଜେବିଶ୍ବେ ବାନାତୋର,

ନୀଳଚକ୍ର ଉଡେ ଫର୍ ଫର୍ ହୋଇ

  ପଟାନ୍ତର ନାହିଁ କାର।


ସବୁ ବୈଭବରେ ସୁସଜ୍ଜିତ ରାଷ୍ଟ୍ର

  ସତେ କି ରାମ ରାଇଜ,

ନାହିଁରେ ଅଭାବ ଅନାଟନ ରାଷ୍ଟ୍ରେ

  ଏହୁତ ରାଷ୍ଟ୍ରେ ସ୍ୱରାଜ।


କୃଷ୍ଣ ରାମ ନାମ ଗୁଞ୍ଜନ ରାଷ୍ଟ୍ରରେ

  ଗୁଞ୍ଜେ ଜଗନ୍ନାଥ ନାମ,

ନମଃ ଶିବାୟ ର ମନ୍ତ୍ର ଗୁଞ୍ଜୁ ଅଛି

  ଏହୁତ ପ୍ରଭୁଙ୍କ ଧାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract