ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ଗିରିବନ ଲତା ଗାଏ ତୋର ଗାଥା
ମା ' ତୁ ଉତ୍କଳ ଜନନୀ,
ଚିରହାସ୍ୟମୟୀ ଚିର ଲାସ୍ୟମୟୀ
ସତେ ତୁ ଜଗତବନ୍ଦିନୀ ।
ତୋର ଗିରିଗୁମ୍ଫା ଲାଗେ ମନ ଲୋଭା
କିଏ ବା ବର୍ଣ୍ଣିପାରିବ,
ପାହାଡ ଗାତ୍ରରେ ତୋର ଇତିହାସ
ସଦା ଉଜ୍ଜିଵୀତ ରହିବ ।
ତୋ ଗାରିମା କଥା ତୁ ଜଗତଜିତା
ତୋ ମନ୍ଦିର ମାଳିନୀ ସହର,
ଯୁଗେ ଯୁଗେ ତୁହି ଚିରବନ୍ଦନୀୟା
ସାଗର ଧୁଏ ତୋ ପୟର ।
ତୋର ନାମ ଗୋଟି ଏ ଓଡିଶା ମାଟି
ପବିତ୍ର ଲାଗଇ ସଦା,
ତୋ ନୀଳ ଜଳରାଶି ତରଙ୍ଗରେ ଭାସି
ସତେ ତୁ ଚପଳଛନ୍ଦା ।
ନୀଳାମ୍ବୁ ଚିଲିକା ପକ୍ଷୀ ବିହାରରେ
ତୋ ରୂପ କିଏ ବା ବର୍ଣ୍ଣି ପାରୁଛି,
ମା କାଳିଜାଇ ପାହାଡ ସେ ପାରେ
ମନ୍ଦିରଟି ଶୋଭା ପାଉଛି ।
କେତେ ବୀରପୁତ୍ର ଜନମ ଦେଇଛୁ
ହୋଇଛୁ ତୁ ଶତ ଧନ୍ୟା,
ମଧୁ, ଗୋପବନ୍ଧୁ, ରାଧାନାଥ, ହରି
ସତେ ତୁ ଚିର ନମନ୍ୟା ।
ଏ ଓଡ଼ିଆ ଭାଷା ପାଇଛି ମାନ୍ୟତା
ତୋର ଆଶୀର୍ବାଦ ବଳେ,
କେତେ ବୀର ଏଠି ବଳିଦାନ ଦେଲେ
ଝଡି ପଡି ସେ ଅକାଳେ ।
ରକତକୁ ତାଙ୍କ ପାଣି କରିଦେଇ
ତୋ ସେବାରେ ଦେଲେ ମନ,
ତୋର ଆଶୀର୍ବାଦ ତାଙ୍କ ପରେ ଥାଉ
ସତେ ତୁ ଜନନୀ ଧନ୍ୟ ।
ବୀରତ୍ୱର ଗାଥା ଗାଉଛି ଏ ଭୂଇଁ
ମଥା ଯାଉଅଛି ନଇଁ,
ଯୁଗ ଯୁଗ ପାଇଁ ଏ ମାଟି ପବିତ୍ର
ସଦା ହୋଇଥାଉ ରହି ।
ଓଡ଼ିଆ ପୁଅର ଗଉରବ ଗାଥା
ଲିପିବଦ୍ଧ ଇତିହାସେ,
କାର୍ତ୍ତିକ ମାସରେ ପୂର୍ଣ୍ଣମୀ ବେଳାରେ
ଦରିଆ ପାରିରେ ବୋଇତଟା ଯେବେ ଭାସେ
କେତେ ତ କାହାଣୀ ଅଛି ତୋର ପୁଣି
ସଦା ଭାଗବତ ହୋଇ,
ତୋର କିର୍ତ୍ତୀ ଗାଥା କହୁଛି ଉତ୍କଳ
ସତେ ତୁ କଲ୍ୟାଣମୟୀ । ।ll
