ତୁ ଥା ମୁଁ ଯାଉଛି ରୁଷି
ତୁ ଥା ମୁଁ ଯାଉଛି ରୁଷି
ପିଲାଦିନ କଥା ମନେ ପଡୁଅଛି
ଧୂଳି ଘର ଖେଳ ସଢ଼େଇ ଖେଳ
ପୁଣି କଣ୍ଢେଇର ବାହାଘର
ପୁଅ କଣ୍ଢେଇର ପିତା ମାଗେ
ଯୌତୁକର ଉପହାର
ହସି ଦେଇ ଝିଅ ପିତା କହେ ଗରିବ ବାପୁଟା
କାହିଁ ପାଇବି ଏତେ ଉପହାର
ଭାଙ୍ଗି ଯାଉ ଏ ବାହାଘର
ତୁ ଥା ମୁଁ ଯାଉଛି ରୁଷି
ଧାନ ଗଦା ପଛେ ଯାଏ ମୁଁ ବସି ll
ମିଛିମିଛିକା କଣ୍ଢେଇ ର ପିତା କୁଣ୍ଢେଇ ପକାଏ
ସତ ନୁହେଁ ଇଏ ଆମ ଖେଳ କାହିଁକି
ଋଷିଲୁ ତୁ ଆ ତୋର ମୋର ପୁଣି ଖେଳିବା
ଭାତ ଡାଲି ତରକାରୀ ଭୋଜି ଭାତ କରି
ମନ ଖୁସି ହୋଇ ଯେଝା ଘରକୁ ଯିବା ll
ଘର ମଧ୍ୟେ ମା ଯେବେ
ବତାଉଥିଲା ଛୋଟ କାମ
କହୁଥିଲି ତା ବାବଦେ କିଛି ପଇସା ଦେବୁ
ମା 'କହୁଥିଲା ପଇସା ତ ନାହିଁ ଚୁମା ନେବୁ
କୋଳେ ବସି କହୁଥିଲି ତାକୁ ନା
ପଇସା ନ ଦେଲେ ତୁ ଥା ମୁଁ ଯାଉଛି ରୁଷି ll
ଯାନୀ ଯାତ୍ରା ମେଳା ମଧ୍ୟେ
ଯାଉଥିଲେ ସାଥୀମେଳେ
ହସୁଥିଲେ ଖେଳୁଥିଲେ
ମୁହଁ ଫୁଲା ଫୁଲି ହୋଇ
ପ୍ରିୟ ସାଙ୍ଗ ଯେବେ ଡାକୁଥିଲା ଚୁପି ଚୁପି
ମନ ମାରି ଯାଉଥିଲି
କହୁଥିଲି ତୁ ଥା ମୁଁ ଯାଉଛି ରୁଷି ll
ଓଷା ପୁନେଇଁ ପରବେ
ନବ ବସ୍ତ୍ର ପରିଧାନେ,ଯେବେ କରୁଥିଲି ଅଳି
ପିତାମାତା ଙ୍କର ପାଶେ
ମା କହୁଥିଲା ଓଠ ଛୁଇଁ ଟଙ୍କା ପଇସା ତ ନାହିଁ
କାନି ଧରି ତାକୁ କହୁଥିଲି ମୁହିଁ ତୁ ଥା ମୁଁ ଯାଉଛି ରୁଷି ll
ବିଦ୍ୟାଳୟ ଯିବା ପାଇଁ
ବେଳ ଗଡି ଗଲେ ତହିଁ
ଜେଜ ବାପା ଯେବେ
କାନ୍ଧରେ ବସାଇ ବିଦ୍ୟାଳୟେ ଦେଉଥିଲେ ଛାଡି
ଫାଟକ ପାଖରେ ଥାଇ କହିଥିଲି ତାକୁ ମୁହିଁ
ଆଜିତୁ ଆସିବୁ ନାହିଁ ମୋତେ ଇସ୍କୁଲୁ ନେବା ପାଇଁ
ତୁ ଯା ମୁଁ ଯାଉଛି ରୁଷି ll
ସରିଗଲା ଧୂଳିଖେଳ ଭାଙ୍ଗି ଗଲା ବାଲିଘର
ଅଧା ରହିଗଲା ସ୍ବପ୍ନ ପୁଣି କେତେ ଜୀବନ କାହାଣୀ
ଦୋ ଛକିରେ ଆଜି ବସି ବିଗତ କାହାଣୀ
ମନେ ଭାବି କହୁଛି ଭାଗ୍ୟକୁ
ତୁ ଯା ମୁଁ ଯାଇଛି ରୁଷି ll
