ଆତ୍ମା ଜଳୁଛି
ଆତ୍ମା ଜଳୁଛି
କଳାକାର ମରିଯାଏ ସିନା
କଳା ଏଠି ଜମା ମରେନା
ଶରୀରଟା ଜଳିଯାଏ ସିନା
ହେଲେ ଆତ୍ମା ଜମା ଜଳେନା ।
ନଗ୍ନତାର ଦୁନିଆରେ
ନଗ୍ନତାକୁ ଆଦର ମିଳେ ସିନା
ସଠିକ କଳାକାର ସନ୍ମାନ ପାଏନା
କଳା ତା କୁହୁଳି କୁହୁଳି ହୋଇଯାଏ ଚୂନା ।
ଏଠି ମିଛ ମାୟା ସଂସାରରେ
ସତ ସମ୍ପର୍କ ଗଢା ହୁଏ ସିନା
ସମ୍ପର୍କର ଡୋରୀ ନେଇ
ଜୀବନର ଅନ୍ତିମ ପଥ ଚାଲିହୁଅନା ।
ଜୀବନର ମଞ୍ଚ ଏଠି
ଥିଟରର ସିନେମା
ହେଲେ ସାଧନାର ପୀଠ ଜଳୁଛି
ସେଠି ଯାଇହୁଏନା ଜମା ।
କଳାକାର ଏଠି ହସୁଛି
କିନ୍ତୁ ତା ଅନ୍ତର ଆତ୍ମା କାନ୍ଦୁଛି
ଅନ୍ୟକୁ ସୁଖ ଦେବାକୁ ଚାହିଲେ
ଦୁନିଆ ପାଗଳ କହୁଛି ।
ଆଜିର ମଣିଷ ବିଷକୁ ଆପଣେଇ
ଅମୃତ ଫୋପାଡି ଦେଉଛି
ଜୀବନର ଅମୃତ ଚାଖିବା ଆଗରୁ
ତା ଶରୀରଟା ବିଷ ହେଉଛି ।
ଜୀବନର ମୂଲ୍ୟ ବୁଝିନୀ ମଣିଷ
ଜୀବନକୁ ଜାଳି ଦେଉଛି
ଜୀବନର ମୂଲ୍ୟ ବୁଝିବା ଆଗରୁ
କେତେଥର ସେ ମରିସାରିଛି ।
ଜୀବନର ଶାନ୍ତି ଭାବି
ଅଶାନ୍ତିର ବାଟ ଧରିଛି
କାଞ୍ଚନ ଭାବି ସେ
କାଚକୁ ସାଥି କରିଛି ।
ସେଥିଲାଗି ଆଜି ଶରୀର ବଦଳେ
ତା ଆତ୍ମା ଜଳୁଛି
ପୁଣି କୁହୁଳି କୁହୁଳି
ତା ଆତ୍ମା ଜଳୁଛି ।
