STORYMIRROR

Hitesh Mohapatra

Abstract Inspirational

4  

Hitesh Mohapatra

Abstract Inspirational

ମୁଁ କିଏ

ମୁଁ କିଏ

1 min
264

ମୁଁ ହେଉଛି ସେ,

ପହଲି ବର୍ଷା ଓ ମାଟି ର ସମ୍ପର୍କ ର ସୁଗନ୍ଧ 

ଜାହା ଉଭୟଙ୍କର ଉପସ୍ତିତି ରେ ହିଁ ସମ୍ଭବ ।


ମୁଁ ହେଉଛି ସେ,

ପଦ୍ମ ପତ୍ର ଉପରେ ଘୁରି ବୁଲୁଥିବା ପାଣି ବିନ୍ଦୁ 

ଜାହା ପତ୍ରରେ ଥାଇ ଭି ପତ୍ରର ନୁହେଁ।


ମୁଁ ହେଉଛି ସେ,

ବର୍ଷା ପର ତାର ରେ ଥିବ ପାଣି ଟୋପା 

କେତେବେଳେ ଝରି ପଡିବ, ତାକୁ ଭି ଅଜଣା।


ମୁଁ ହେଉଛି ସେ,

ଥୁଣ୍ଟା ଗଛରେ ବସି ରହିଥିବା ପକ୍ଷୀ 

ଯିଏ କିଏ ନଥିଲେ ମଧ୍ୟ କିଛି କହୁଥାଏ ।


ମୁଁ ହେଉଛି ସେ,

ସମୁଦ୍ର କୂଳରେ ପଡି ରହିଥିବା ସାମୁକା 

ଜାହା ଘୁରି ବୁଲୁଥାଏ ସମୟ ର ଢେ଼ଉରେ ।


ମୁଁ ହେଉଛି ସେ,

ଯାହାକୁ ଅନେକ ଲୋକ ଜାଣନ୍ତି 

ମାତ୍ର କେହି ବୁଝି ନାହାନ୍ତି ।


ମୁଁ ହେଉଛି ସେ,

ଦାଦନ ଶ୍ରମିକ ର ଝାଳ 

ବୋହି ଯାଉଥାଏ ଖାଇବା ପାଇଁ ମୁଠାଏ ପଖାଳ ।


ମୁଁ ହେଉଛି ସେ,

ସେ, ମା ର ଆଶା 

ଏତେ କଷ୍ଟ ନେଇ ଜନ୍ମିଥାଏ , ହେବା ପାଇଁ ଏକ ଭରଷା ।


ମୁଁ ହେଉଛି ସେ,

ପାହାଡ ର ଚୁଳ 

ଯେଉଁଠି ସୂର୍ଯ୍ୟ ଉଦୟ ଆଉ ଅସ୍ତ ହୁଏ ।


ମୁଁ ହେଉଛି ସେ,

ପ୍ରେମିକା ର ପ୍ରେମ 

ଯେଉଁଥିରେ ମିଳିବାର ସମ୍ଭାବନା ନଥାଏ ।


ମୁଁ ହେଉଛି ସେ,

ଆଞ୍ଜୁଳା ଭିତର ପାଣି

ଜିଏ ଭିଜେଇ ଦେଇ ନିଜେ ବୋହି ଯାଏ ।


ମୁଁ ହେଉଛି ସେ,

ଜିଏ କବି ସାଜି କବିତା ଲେଖେ 

ଆଉ କବିତା ହେଇ କବିର ଅପେକ୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract