STORYMIRROR

Pratima Satpathy

Abstract

3  

Pratima Satpathy

Abstract

ପ୍ରଶ୍ନ ଟିଏ ତୁମ ପାଇଁ

ପ୍ରଶ୍ନ ଟିଏ ତୁମ ପାଇଁ

1 min
207


ଆଖିରେ ଅସରା ଅସରା ଲୁହ,

 ମନରେ ଭରିଛି ଅମାପ କୋହ

ବେଦନାରେ ଭରା ହୃଦୟ ମୋର

 ଅସୁମାରୀ ଆଶା ଅଭିଳାଷର

ଯନ୍ତ୍ରଣା ଜୁଇରେ ଜଳେ ଶରୀର

କିଏସେ ଢାଳିବ ସାନ୍ତ୍ଵନା ନୀର ।

ଆଖିରେ ଅସରା ଅସରା ଲୁହ

ପ୍ରଶ୍ନ ପଚାରେ ମୁଁ ଉତ୍ତର ଦିଅ।

ନିଜ ସ୍ବାଭିମାନ ଯାଇଛି ଭୂଲି

ଜୀବନ ରାସ୍ତାରେ ତତଲା ବାଲି

ଚାଲିବାକୁ ନାହିଁ ଦେହରେ ଶକ୍ତି 

ଲିଭି ଯାଇଅଛି ଆଶାର ଜ୍ୟୋତି

ନିଷ୍ପେସିତ ହୁଏ ମୋର ହୃଦୟ

ପ୍ରଶ୍ନ ପଚାରେ ମୁଁ ଉତ୍ତର ଦିଅ।

ମନର ଦୁଃଖକୁ କିଏ ବୁଝିବ

ଖାଇ ନ ଥିଲେ କେ ପାଟି କରିବ ।

ମନ ଜାଣି କିଏ ଦ୍ରବ୍ୟ ଆଣିବ

କାନ୍ଦୁଥିଲେ କିଏ ହସାଇ ଦେବ

କିଏ ପୋଛି ଦେବ ଆଖିର ଲୁହ।

ପ୍ରଶ୍ନ ପଚାରେ ମୁଁ ଉତ୍ତର ଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract