STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଗୁରୁ ଦିବସ

ଗୁରୁ ଦିବସ

1 min
130


ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ୱର ବୋଲି

   ପୂଜା କରୁଅଛି ଆଜି

ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନେ

   ସବୁ ଗୁରୁଙ୍କୁ ମୁଁ ଖୋଜି।


ପାଦପୂଜା ଘେନ ଜନ୍ମଦାତା ଆଉ

   ଜନ୍ମଦାତ୍ରୀ ଏହି ଦିନେ

ତୁମରି ସକାଶେ ପାଣି ପବନ ଓ

   ଆଲୋକ ଦେଖିଲି ପ୍ରାଣେ।


ଶିକ୍ଷା ଗୁରୁ ଯୋଗୁଁ ଆଜିକାଲି ମୁହିଁ

   ପାଠକୁ ପଢ଼ିକି ଆଜି

ଦାନା ଆଉ କନା ଯୋଗାଡ଼ ସହିତ 

  ସହଜେ ପାଉଛି ଖୋଜି।


କର୍ଣ୍ଣଗୁରୁ ତୁମେ ମନ୍ତ୍ର ଫୁଙ୍କିବାରୁ

   ବିବାହ ବନ୍ଧନେ ଯାଇ

ପୁତ୍ର ଆଉ କନ୍ୟା ଜନ୍ମ କରିଅଛି

   ଭବିଷ୍ୟ ଲକ୍ଷ୍ୟକୁ ଥୋଇ।


ଧର୍ମଗୁରୁ ଯୋଗୁଁ ସତ୍ୟରେ ଚାଲିବା

   ଯେଉଁ ଶିକ୍ଷା ମିଳୁଅଛି

ଦେହ ଆଉ ମନ ସଂସାରେ ହାଟରେ

   ପ୍ରଫୁଲ୍ଲ ଆଜି ଲାଗୁଛି।


ଅବଧୂତଙ୍କର ଚବିଶ ପରିକା

   ଗୁରୁ ହିଁ ଗ୍ରହଣ କରି

ହୃଦୟ କୋଣରେ ବିଶ୍ଵ ଦରବାରେ

   ସାଇତି ରଖିଛି ଜାରି।


ମୋର ବି ମର୍ତ୍ତ୍ୟରେ ଅନେକ ହିଁ ଗୁରୁ

   କା'ନାମ କହିବି କହ

ପ୍ରାଣୀ ଓ ଉଦ୍ଭିଦ ପ୍ରତ୍ୟେକ ଭିତରେ

   ଦେଖାଯାଏ ଚହଚହ।


ସଜୀବ ନିର୍ଜୀବ ପୃଥିବୀ ଭିତରେ

   ଯେତେକ ଅଛନ୍ତି ରହି

ପ୍ରତ୍ୟେକ ପାଖରୁ ଶିକ୍ଷା ପାଉଅଛି

   ଅନ୍ତର୍ମନେ ଦେଲେ ଚାହିଁ।


ଗୁରୁଙ୍କୁ ପୂଜିବା ଯୁଗଯୁଗ ଅଛି

   କିନ୍ତୁ ବର୍ଷକରେ ଦିନେ

ଭାରତ ବର୍ଷରେ ସେପ୍ଟେମ୍ବର ପାଞ୍ଚ

   ଲେଖିଦେଲେ କେଉଁ ଜନେ?


ଆଜିର ଦିନଟି ମହତ୍ତ୍ଵ ବହନ

   କରୁଅଛି ମୋର ପାଇଁ

କୋଟିଏ ପ୍ରଣାମ ଘେନ ଗୁରୁଦେବ

   ତୁମେ ହିଁ ସାକ୍ଷାତ ସାଇଁ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract