STORYMIRROR

Kalandi pal

Abstract

3  

Kalandi pal

Abstract

ଭଉଣୀ ଲେଖୁଛି ଚିଠି

ଭଉଣୀ ଲେଖୁଛି ଚିଠି

1 min
48


ଭାଇ ଭଗ୍ନୀ ମଧ୍ୟେ ସ୍ନେହ ବନ୍ଧନ

ଚିର ଅତୁଟ ସେ ନ ମାନେ ବିଘ୍ନ ।।


ରାଖି ପୁନେଇକୁ ଆଗରେ ଦେଖି

ଭଉଣି ବସିଛି  ଚିଠିଟେ ଲେଖି ।।


ଦୁଃଖ କରିବୁନି ଭାଇ ମୋହର

ମୋରକ୍ଷା କବଚ ମୋ ସହୋଦର ।।


ମୋ ଚାରିପଟେରେ ନିତି ତୁ ବୁଲୁ

ଶୀତଳ କିରଣେ ମୋ ମନ ହରୁ ।।


ଜଞ୍ଜାଳ ମୋହର ଅନେକ ଏଠି

ଯାଇ ପାରୁ ନାହିଁ ତୋତେ ମୁଁ ଦେଖି ।।


ଆସୁଛି ଆଗକୁ ରାଖି ପୁନେଇ

ରାଖି ପଠାଉଛି ରଖିବୁ ଭାଇ ।।


ମନ ଊଣା ଟିକେ କରିବୁ ନାହିଁ

ତୋ ଘର ଦରବ ଦେବୁ ପଠେଇ ।।


ଚନ୍ଦ୍ରଯାନ ଆଜି ସାଜିଛି ଦୂତ

ଭାଣିଜି ପଠାଏ ନାମ ଭାରତ ।।


ତା ହାତରେ ମୁହିଁ ଚିଠିଟି ଦେଲି

ଆଦରେ ପଢ଼ିବୁ ତାହାକୁ ଖୋଲି ।।


ଭୁଲିବୁନି କେବେ ଭାଣିଜି ଦାନ

ବକ୍ଷରେ ଲେଖିବୁ ଭାରତ ନାମ।।


ଲେଖି ତୋ ଘରର ଗୁପ୍ତ ଖବର

ଚନ୍ଦ୍ର ଯାନ ହାତେ ଦେବୁ ସତ୍ୱର ।।


ଜାଣୁଥିବି ମୁହିଁ ଦୂରରେ ରହି

ତୋ ଚିଠିକୁ ଚାହିଁ ରହିଲି ମୁହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract