Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ହେ ମଣିଷ

ହେ ମଣିଷ

1 min
203


ତୁମେ କି ବୁଝିନ ଆମ ଏ ବିଶ୍ଵ

ତୁମେ କି ବୁଝିନ ନୀତି ଆଦର୍ଶ

ନୀତି ନୈତିକତା ର କଥା କହି

ଭୁଲିଛ ମଣିଷ ପଣିଆ ଭୁଲିଛ ଆଦର୍ଶ

ତୁମେ ବାମପନ୍ଥୀ ତୁମେ ମାର୍କ୍ସବାଦୀ

ତୁମେ ଏଞ୍ଜଏଲ୍ସବାଦୀ

ତଥାପି ତୁମେ କକ୍ଷଚ୍ୟୁତ

ତଥାପି ତୁମେ ପୁଞ୍ଜିବାଦ ର ମଣିଷ

ହେ ମଣିଷ ବୁଝିନ ତୁମେ ନୀତି ଆଦର୍ଶ ।


ସାମନ୍ତବାଦ ର ମୁଖା ପିନ୍ଧି

ଚିନ୍ତୁଛ ସାମ୍ୟବାଦ ର ଆଦର୍ଶ

ହେଲେ ଭୁଲିନ ତୁମେ ପୁଞ୍ଜିବାଦ

ଭୁଲିନ ତୁମେ ଶ୍ରେଣୀ ସଂଘର୍ଷ

ସାମ୍ରାଜ୍ୟ ବାଦ ସମ୍ଭ୍ରାନ୍ତ ବାଦ ର

ଖୋଳପା ତଳେ ତୁମେ

ମିଛ ସାମ୍ୟବାଦ ର ଆଦର୍ଶ

ହେ ମଣିଷ ବୁଝିନ ତୁମେ ନୀତି ଆଦର୍ଶ ।


ନୀତି ନୈତିକତା ର

ତୁମେ କର ବିଚାର

ତୁମେ କର ବିଚାର

ଭୁଲ ନାହିଁ ତୁମେ ତୁମ ନୀତି ଆଦର୍ଶ

ମଣିଷ ପଣିଆ ର କର ବିଚାର ବିମର୍ଷ

ଶାନ୍ତି ମୈତ୍ରୀ ଏକତା ରେ ରଖ ବିଶ୍ଵାସ

ପଲ୍ଲୀ ରୁ ଦିଲ୍ଲୀ ଯାଏଁ

ସମତା ମମତା ରେ ରଖ ବିଶ୍ଵାସ

ହେ ମଣିଷ ହେ ମଣିଷ ।


ମଣିଷ ଜାତି ଆଜି

ହୋଇଛି ଅମଣିଷ

ମଣିଷ ପଣିଆ ଭୁଲି

ମାନବ ରୂପୀ ଦାନବ ସାଜିଛି ଏ ମଣିଷ

ନାହିଁ ନୀତି ନାହିଁ କିଛି ଆଦର୍ଶ

ଗଣତନ୍ତ୍ର ନାମେ ଗଣ ହତ୍ୟା ରେ

କରେ ବିଶ୍ଵାସ ଏ ମୋ ଭାରତ ବର୍ଷ

ନେତା ମନ୍ତ୍ରୀ ଏବେ ପୁଞ୍ଜିପତି ଙ୍କ ସହ

କରନ୍ତି ବିଚାର ବିମର୍ଷ

ଭାସୁ ନୀତି ଭାସୁ ଅବା ଆଦର୍ଶ

ମାନବିକତା ଶାନ୍ତି ମୈତ୍ରୀ ଏକତା

ଭୁଲିଛି ଆଜି ଏ ସଭ୍ୟ ମଣିଷ

ଶିକ୍ଷା ସଭ୍ୟତା ନାମେ

ପଶୁ ପ୍ରବୃତ୍ତିକୁ ଆପଣେଇଛି

ଆଜି ମଣିଷ

ହେ ମଣିଷ ବୁଝ ବୁଝ ବାରେ

ମଣିଷ ପଣିଆ

ବୁଝ ବାରେ ଏ ସୁନ୍ଦର ବିଶ୍ଵ ।



Rate this content
Log in

Similar oriya poem from Abstract