STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପ୍ରିୟା ପାଇଁ ପଦେ

ପ୍ରିୟା ପାଇଁ ପଦେ

1 min
191

ତୁମେ ତ କହୁଥିଲ ମୋ ଚିଠିର ସମ୍ମୋହନ

ଆମ ପ୍ରେମର ପ୍ରଥମ ସୋପାନ,

ତୁମେ ତ କହୁଥିଲ ମୋ ପୌରୁଷତାର ମହକ

ତୁମ ମନକୁ କରିଥିଲା କୁହୁକ,

ତେବେ, କଣ ପାଇଁ ଏ ବ୍ଯବଧାନ ।


ତୁମକୁ ବିଶ୍ବାସ କରି ଅନେକ ଦୂର ଚାଲିଆସିଲି

ଫେରିବାର ପ୍ରତିଶୃତି ଅଧା ରହିଗଲା 

ବଞ୍ଚିବାର ଇଛା କ୍ଷୀଣ ଦୀପଶିଖା ପ୍ରାୟ

ତଥାପି ବଞ୍ଚିବି ତୁମ ପାଇଁ ନହେଲେ ବି ନିଜ ପାଇଁ।


ଆଖିରୁ ସିନା ଦୂରେଇଗଲ, 

କିନ୍ତୁ ଏ ଦରଦୀ ହୃଦୟର 

କେଉଁ ଏକ କୋଣରେ ଏମିତି ରହିଗଲ ଯେ,

ମୁଁ ଚାହିଁଲେ ବି ଅଲଗା କରିପାରୁ ନାହିଁ

ନିଜେ ଅଲଗା ହୋଇ ବି ପାରୁନାହିଁ

ଆଉ ସେ ହୃଦୟର ସ୍ପନ୍ଦନରେ ଲେଖା ଚିଠି

ତୁମେ ଜାଳିବା ଆଗରୁ ମୁଁ ଜଳିସାରିଛି।


ଆଖିରୁ ଲୁହ ସରିଗଲା ପରେ

ଏବେ ଛାତିର କୋହରେ ଜଳୁଛି

କେବଳ କ୍ଷତାକ୍ତ ହୋଇ ବଞ୍ଚିଛି

ଅତୀତ ଓ ବର୍ତ୍ତମାନରେ ନିଜକୁ ଖୋଜୁଛି।


ଚିଠି ନୁହେଁ ସେ, ମୋ ମନ ତଳର କଥା

ସେଦିନର ଚିଠି ସିନା ସମ୍ମୋହନ ଥିଲା

ଆଜି ସେ ସମ୍ମୋହନ ପାଲଟିଯାଇଛି

ଅନ୍ତର ତଳର ବ୍ଯଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance