ପ୍ରିୟା
ପ୍ରିୟା
ଘଡ଼ଘଡ଼ି ଯାହା
ଶୁଭେ ଆକାଶରୁ
ସେ ତ ଅପ୍ସରୀ ମାନଙ୍କ କାନ୍ଦଣା ,
କୁଆପଥରର ଭ୍ରମ ସୃଷ୍ଟି କରି
ଫିଙ୍ଗି ଦେଇ ଛନ୍ତି
କାଢ଼ି ନିଜ ନିଜ ଗହଣା ।
ଲୁହ, ଝରି ଯାଏ ହେଇ ବରଷା
ପାଇବାକୁ ଗୋ ତୁମରି ଭରସା
ବିଜୁଳି କନ୍ୟା ବି କ୍ରୋଧରେ ,
ନିଜେ ଜଳି ପୋଡ଼ି
ଜାଳି ଦିଏ ପଡ଼ି ଦ୍ବନ୍ଦ୍ବରେ ।
ସୁନ୍ଦରୀ ନାମରେ
ତୁମ ନାମ ରହୁ ବରଷ ଯାକ
ତାଙ୍କୁ ଥରଟେ ଦିଅ ଗୋ ସୁଯୋଗ
କାଳେ ହେଇ ଯିବେ ତୁମ ସମାନ
ତମେ ଶାଶ୍ବତ ତମେ ଚିରନ୍ତନ
କୁହ ପାଇବିକି ତୁମ ଦରଶନ ।

