ମୁଁ ଓ ଫୁଲ
ମୁଁ ଓ ଫୁଲ
ଆମ ଅଗଣାର ଝରା ଫୁଲଟି
କହିଯାଏ ମୋତେ କେତେ କଥାଟି
ଉବୁରୁ ଡୁବୁର ଭାଷା ତାହାର
ଶୁଣିବାକୁ ଲାଗେ ଭାରି ମଧୁର ।
ଗୋଲାପି, ନାଲି, ନୀଳ ରଙ୍ଗର ଫୁଲ
ସବୁଜ ପତରେ ଦିଶେ ଅତି ସୁନ୍ଦର
କଢରୁ ଫୁଲ ହେବା ତା' ଯାତରା
ଦେଖିଛି ଆଖିରେ ମୁଁ କେତେ ପସରା ।
ସକାଳେ ତା' ହସ, ସଞ୍ଜରେ ତା' ନିଦ
ଉଭୟ ପ୍ରତିଭା ମନ ମୋହନ
ପାଖୁଡା ଭିତରେ ସେ ସୁନ୍ଦର ଚେହେରା
ଫୁଟିଉଠି ଦିଶେ ଅତି ସୃଜନ ।
ରାତିରେ ପୁଣି ଚନ୍ଦ୍ରମାର ଛାଇ
ପ୍ରସ୍ଫୁଟିତ କରେ ଶୁଭ୍ର ଫୁଲକୁ ନେଇ
ଦେଖି ସେ ଦୁହିଁଙ୍କ ଅନନ୍ୟ ମିଳନ
ବିମୁଗ୍ଧ ହୁଏ ମୋ କ୍ଳାନ୍ତ ନୟନ ।
ଏହିପରି ବିତେ ମୋର ନିତିଦିନ
ଅଗଣାର ଫୁଲ ନିଏ ମୋ ଯତନ
ଆମ ବାର୍ତ୍ତାଳାପ କେବେ ନ'ଥାଏ ସମାନ
ତଥାପି ଏତିକିରେ ଆଜି କରୁଛି ସମାପନ ।