STORYMIRROR

Suchismita Behera

Action Classics Inspirational

3  

Suchismita Behera

Action Classics Inspirational

ଅନ୍ଧାରରୁ ଆଲୋକ

ଅନ୍ଧାରରୁ ଆଲୋକ

1 min
140

ନିଶବ୍ଦ ନିଶାରେ ଶିଥିଳ ଚନ୍ଦ୍ରମାର ଜୋସ୍ନା 

ନିଶାର ସୌନ୍ଦର୍ଯ୍ୟକୁ କରେ ସୁଶୋଭିତ 

ଅନ୍ଧାରରେ ଆଲୋକର ସେ ଶୁଭ୍ର ଉପସ୍ଥିତି

ଆଶାର ଆଲୋକକୁ ଦିଏ ଆଶ୍ବାସନାର ପ୍ରତୀକ।


ଧୀରେ ଧୀରେ ରାତି ହୋଇ ଘନୀଭୂତ 

ଚଳଚଞ୍ଚଳ ଜୀବନକୁ ଦିଏ ବିରାମର ବାଟ

ବିଶ୍ରାମରୁ ପୁଣି ବିରତି ନେଇ ଏ ଜୀବନ 

ପ୍ରସ୍ତୁତରେ ରହେ ଏକ ନୂତନ ଦିନ ।


ଘନ ଅନ୍ଧକାର ପରେ ସୂର୍ଯ୍ୟଙ୍କ ସୁନ୍ଦର ଆଗମନ

ସୁନେଲୀ କିରଣର ସେ ବିମୁଗ୍ଧ ବିଚ୍ଛୁରଣ 

ଆଶାର ଆଲୋକକୁ ଆଶୀର୍ବାଦ କରି

ପ୍ରୟାସ ଦିଏ ସମ୍ଭାବନାର ପ୍ରକ୍ରିୟାକୁ ଆଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action