STORYMIRROR

Suchismita Behera

Action Classics Fantasy

3  

Suchismita Behera

Action Classics Fantasy

ନୂତନ ରୂପ

ନୂତନ ରୂପ

1 min
174

ମୁଦ୍ରାର ବିନିମୟରେ ଜାତ ହେଲା କ୍ଷୁଦ୍ର ଗଛ

ମୁଦ୍ରାର ସଞ୍ଚୟରେ ଧିରେ ଧିରେ ହେଲା ତା'ର ବିକାଶ

ମୁଦ୍ରା ବଦଳରେ ମିଳିଲା ଏକ ଅତୁଲ୍ୟ ଉପହାର

ମୁଦ୍ରା ସହଯୋଗରେ ସମ୍ଭବ ହେଲା ଅମୁଲ୍ଯ ସାଥୀର ପରିଚୟ।


ମୁଦ୍ରା ପରି ବୀଜରୁ ହେଲା ଅଂକୁରିତ

ମୁଦ୍ରା ମଧ୍ଯ ହେଲା ତା'ର ବିକାଶର ଅଂଶ

ମୁଦ୍ରା ସହ ସାଙ୍ଗ ହୋଇ ବଢିଲା ଉଚ୍ଚକୁ 

ମୁଦ୍ରା ଦ୍ବାରା ତ୍ୱରାନ୍ୱିତ କଲା ତା' ଗତିକୁ ।


ମୁଦ୍ରାର ସମୟକ୍ରମେ ହେଲା ରୁପାନ୍ତର

ସମୟକ୍ରମେ ମୁଦ୍ରା ନେଲା ଟଙ୍କାର ପରିଚୟ

ତହିଁ ଆରପାଖେ ହୋଇ ଗଛର ବିକାଶ,

ବୃକ୍ଷ ସାଜି ନେଲା, ଏକ ନୂତନ ରୂପ ।


ଉଚ୍ଚ ଗଛର ଉଚ୍ଚ ଡାଳରେ

ଶୋଭା ଉପଭୋଗ ହେଲା ଟଙ୍କା ଫୁଲର

ସଂଚୟ କରି ସେ ଝରା ଫୁଲକୁ

ଉପାୟ ଖୋଜେ ତା'ର ସତ୍ ବିନିମୟର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action