ଜାଦୁ
ଜାଦୁ
ଜାଦୁର ବାଡିର ବିସ୍ମୟ ଚମତ୍କାର
ତୀର୍ଯ୍ୟକ ରଶ୍ମିରେ ସେ କରେ ଇଚ୍ଛାପ୍ରାୟ ଆବିଷ୍କାର
ବହୁଚର୍ଚ୍ଚିତ ତା'ର ଏ ବିମୁଗ୍ଧ ଆକର୍ଷଣ
ବହୁ ଶକ୍ତିର ସେ ଏକ ଗମ୍ଭୀର ଗନ୍ତାଘର ।
କେତେ ଆଡେ କେତେ କଥା ବୁଝିସୁଝି ଆସି
ମାଲିକର କଥାର ସେ, ମନବୋଲା ହୋଇ ବସେ
ଆଶ୍ଚର୍ଯ୍ୟର ଆଭାସରେ ଚମତ୍କାରର କଥା କୁହେ
ହାତରେ ରହି ସେ ସଦା କାର୍ଯରତ ରହେ ।
ସେହି ବାଡିକୁ ଜାଦୁଗର ଧରି ନିଜ ହାତେ
ପଢେ ମନ୍ତ୍ର ତା'କୁ ପୁଣି ଅଗ୍ନି ମଧ୍ଯେ ରଖି
ଜାତ ହୁଏ ସେଠୁ ତା'ର ଆଶ୍ଚର୍ଯ୍ଯାନିତ୍ବ ଉପହାର
ଦର୍ଶାଇଥାଏ ତା'ର କଳାର ନିପୁଣତାର ପରିଚୟ ।