STORYMIRROR

Suchismita Behera

Drama Action Classics

3  

Suchismita Behera

Drama Action Classics

ପରଦାର ଜୀବନ

ପରଦାର ଜୀବନ

1 min
156

ପରଦା ଉପରେ ପରଦା ଭିତରେ

ପ୍ରତିଛବି ପରି ପ୍ରତିତ ହୋଇଥାଏ 

ଅଙ୍ଗେ ନିଭାଉଥିବା ପ୍ରତିଟି କଳାକାର। 


ଜୀବନର ରହସ୍ଯକୁ ରହସ୍ଯ ରଖି

ଚଳଚ୍ଚିତ୍ରର ଜୀବନରେ ଜୀବନ କାଟି

ବଢୁଥାଏ ଚଲାପଥେ ଆଗେଇ ଆଗେଇ 

ନିଜ ନାମ ସହ ଏକ କଳାକାରକୁ ନେଇ ।


ପରଦା ଓ ଚଳଚ୍ଚିତ୍ରର ଏକ ନିବିଡ ବନ୍ଧନ 

ବଡ ପରଦାରେ ଦିଏ ବଡ ପରିଚୟର ନାମ

ପାଛୋଟିନେଇ ମହାନ୍ ଗୁଣର ପ୍ରତିଭା

ପରିପକ୍ବ କରାଏ ଚଳଚ୍ଚିତ୍ରର ଶୋଭା ।


ସୁନେଲୀ ପରଦାର ସେ ରଙ୍ଗୀନ ଚଳଚ୍ଚିତ୍ର 

ଦର୍ଶକଙ୍କ ପାଇଁ ସାଜେ ମନୋରଞ୍ଜନର ପାତ୍ର 

ନାୟକ-ନାୟିକାଙ୍କ ପ୍ରେମ ବାର୍ତ୍ତାଳାପରେ ବିଭୋର

ହୋଇଉଠେ ପୂର୍ଣ୍ଣ ରହିଥିବା ସିନେମାଘର ।


ସେ ମଧ୍ଯରେ ଖଳନାୟକର ଖେଳ

ରୋମାଞ୍ଚ ସୃଷ୍ଟି କରେ ଏକ ନୂତନ ପ୍ରକାର

ଘଡିସନ୍ଧି ମୁହୂର୍ତ୍ତ ପରି କରେ ପରିସ୍ଥିତି

ଆଗ୍ରହର ପରୀକ୍ଷାକୁ କରି ଉପସ୍ଥିତି ।


ଦର୍ଶକଙ୍କ ପାଇଁ ଏହି ପରଦାର ଖେଳ

କଳାକାରଙ୍କୁ ନେଇ ଗଢେ ଚଳଚ୍ଚିତ୍ର 

ସେହି ପରଦାର ଆରପାର ହୋଇ

ଏକ ବନ୍ଧନ ସାଜେ ଏ ସଭିଙ୍କୁ ନେଇ ।



Rate this content
Log in

Similar oriya poem from Drama