STORYMIRROR

Suchismita Behera

Inspirational Children

3  

Suchismita Behera

Inspirational Children

ଆଖି ଲୁହ

ଆଖି ଲୁହ

1 min
223

କେବେ କେବେ ଆଖି ଲୁହ କହିଯାଏ କେତେ କଥା

ମୁଖ ସ୍ତବ୍ଧ ରଖି ଦିଏ ଶରୀରକୁ ଶିଥିଳତା 

ଶବ୍ଦହୀନ ଭାଷା ପୁଣି ଅମୂଲ୍ୟ ତା'ର ଅର୍ଥ 

ବୁଝିଗଲେ ବୁଝିହୁଏ ନ'ବୁଝିଲେ ଲାଗେ ବ୍ୟର୍ଥ । 


ଖୁସିର ଲୁହ କେବେ କେବେ ସେ ଅନ୍ତରର ବ୍ୟାକୁଳତା

ଓଠର ନୀରବତା ନୁହେଁ ସେ ଆଖିର ନିଶ୍ଚଳତା

ବିତିଗଲା କଥାରୁ ସେ ଓହରିବାକୁ କହେ

ଆଶାର ଆଲୋକ ପାଇଁ ସାହାସ ସେ ଦିଏ ।। 


ବାଟ ପଛେ ବିତି ଯାଏ ସ୍ମୃତି ହୁଏ ସ୍ମରଣୀୟ 

ବର୍ତ୍ତମାନରେ ଅତୀତର ଆଘାତ ବି' ହୁଏ ଗଭୀର

ଭୁଲା ମନରେ କିଛି କଥା କେବେ ଭୁଲି ହୁଏ ନାହିଁ

ମନେ ପଡିଲେ ଆଖି ଲୁହ ଭାବେ ଝରିଯାଏ ସେହି ।। 


ଧାର ଧାର ହୋଇ ଯେବେ ବହିଯାଏ ସିଏ

ଶବ୍ଦର ଅଭାବରେ ଭାବ ପ୍ରକାଶ ପାଏ

ବର୍ତ୍ତମାନ ଓ ଅତୀତର ଯୁଗଳବନ୍ଦୀ ମଧ୍ୟରେ

ଭାବର ଆଦାନପ୍ରଦାନ ହୁଏ କିଛି ଅନନ୍ୟ ଢାଞ୍ଚାରେ।। 


ଆଜି ଏହି କେଇ ଧାଡିର ମୋ ଲେଖା

ସ୍ୱାଗତ କରୁଛି ସେଇ ଅଲିଭା ମନ କଥା

ଆଶ୍ରୟ ନେଇ ପୁଣି ମୋ ଦୁଇ ଆଖିରେ

ଲୁହ ହୋଇ ବହିଯାଏ କହିଯାଏ କେତେ କଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational