Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Inspirational Children

4  

Suchismita Behera

Action Inspirational Children

ମା'କୁ ଚିଠି

ମା'କୁ ଚିଠି

1 min
256


ଜୀବନ ଏବେ ଏମିତି ମୁହୂର୍ତ୍ତ ଦେଇ ଯାଉଛି ମା'

ଭଲମନ୍ଦର ବୁଝାମଣା କରିପାରୁନି ମୁଁ ମା'

ଭୁଲ୍ ପାଇଁ ଚୁପ୍ ରହିଲେ କଷ୍ଟ ପାଉଛି ମୁଁ ମା'

ଭୁଲ୍ ପାଇଁ ପାଟି ଖୋଲିଲେ ଖରାପ ହେଉଛି ମୁଁ ମା' ।


ଆଗକୁ ବଢିବାକୁ ସଂକଳ୍ପ କରୁଛି

ହେଲେ, ଆଶାର ଆଲୋଡନରେ ଛନ୍ଦି ହୋଇଯାଉଛି 

ଭଲ-ମନ୍ଦକୁ ପାଛୋଟି ପାଛୋଟି

ମନ, ମସ୍ତକ ମୋର ଥକି ଯାଉଛି ।


ତୁ ତ' ସବୁ ଦେଖୁଛୁ, ସବୁ ବୁଝୁଛୁ

ଠିକ୍ ସମୟରେ ସବୁ ଦେଉଛୁ

ତଥାପି ଏ ମନ କାହିଁ ଅଥୟ ରହୁଛି ସବୁବେଳେ

ବିଶ୍ବାସର ବନ୍ଧନରେ ପ୍ରଶ୍ନ କରୁଛି ବେଳେ ବେଳେ ।


ମନ ମୋର ବହୁତ ଦୁଃଖରେ ଅଛି ମା'

ତୋ ପିଲା ପରି ପରିକ୍ଷିତ ହେଉନି ମୁଁ ମା'

କାହିଁକି ମୁଁ ଜାଣିପାରୁନି ଏ ପାର୍ଥକ୍ଯ ?

କେବେ ବୁଝିବି ମୁଁ ଏ ସୌନ୍ଦର୍ଯ୍ୟର ରହସ୍ଯ ?


ଦ୍ଵନ୍ଦରେ ରହୁଛି ଏ ମନ ସବୁବେଳେ

ଡର ଲାଗୁଛି ମୋତେ ବେଳେବେଳେ

ପାଖରେ ଅଛୁ ତୁ, ଜାଣିଛି ମୁଁ ଏ କଥା

ତା'ହେଲେ ଡରୁଛି କାହିଁକି, ବୁଝି ପାରୁନି ମୁଁ ଏ କଥା ।


ବୁଝେଇ ଦେ, ମୋ ମନକୁ ତୁ ମା'

ଶିଖେଇ ଦେ, ତୋ ଉପସ୍ଥିତିର ଗାରିମା

ବୁଝି ତୁ, ମୋ ମନର ଦ୍ଵନ୍ଦର ବିଷୟ

କରିଦେଉଥିବୁ କ୍ଷମା କୋଳକୁ ନେଇ ମୋତେ ତୋର ।



Rate this content
Log in

Similar oriya poem from Action