STORYMIRROR

padmaja pati

Action

4  

padmaja pati

Action

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
331

ମେଘ ବରଷିଲା ତୁହା କୁ ତୁହା

ବାଟେଘାଟେ ପାଣି ,ନ ମିଳେ ରାହା।

କୁନା କହେ କୁନି ଖେଳିବା ଖେଳ

ପୁରୁଣା କାଗଜ କରିବା ଠୁଳ।

ଗଢ଼ିବା କାଗଜ ଡଙ୍ଗା ସେଥିରେ

ଭସାଇବା ତାକୁ ପାଣି ସୁଅରେ।

ଶୁଣି କହେ କୁନି ଭାରି ଖୁସିରେ

ମୁଁ ବି ଗଢିବି ,ତୋର ସାଥିରେ।

ଖବର କାଗଜ ଚିରଇ କୁନି

ଭାଙ୍ଗିଦିଏ କୁନା ତାହାକୁ ପୁଣି।

ଗଢିଲେ କାଗଜ ଡଙ୍ଗା ପାଞ୍ଚୋଟି 

ଛାଟ ମାରି ଭିଜେ ବାରଣ୍ଡା ମାଟି।

ବିଜେ ହୋଇଗଲେ ବରଷାରାଣୀ

ଘର ଅଗଣାରେ ଆଣ୍ଠୁଏ ପାଣି।

କୁନି କହେ କୁନା ,"ଶୁଣ ମୋ ଭାଇ!

କାଗଜ ଡଙ୍ଗା କୁ ଦେବା ଭସାଇ।

ଛାଡ଼ିଲେ ଡଙ୍ଗାକୁ ପାଣିରେ ମିଶି

ଭାସିବାରୁ ଡଙ୍ଗା ହୋଇଲେ ଖୁସି।

କୁନା କହେ କୁନି ,ଏ ଡଙ୍ଗା ଦେଖି

ଆମ ଇତିହାସ,ଏକା ସେ ସାକ୍ଷୀ ।

କାର୍ତ୍ତିକ ପୂର୍ଣ୍ଣିମା ପଡ଼ଇ ମନେ

ଦୂର ଦେଶ ଯାନ୍ତି ସାଧବମାନେ।

ଜାଭା, ସୁମାତ୍ରାର କୀର୍ତ୍ତି ବଖାଣେ

ବ୍ୟବସାୟ ଚିନ୍ତା ମନରେ ଆଣେ।

କରନ୍ତି ବେପାର ବଢଇ ବିତ୍ତ

ବ୍ୟବସାୟୀଙ୍କର ଲାଭ ବହୁତ।

ପାଣି ସୁଅ କାଟି କାଗଜ ଡଙ୍ଗା

ବୁଡିଯାଏ ଦେଖି ମୁଁହଁ ତ ରଙ୍ଗା।

କୁନି କହେ କୁନା ,ଦେଖିଲୁ ତୁହି

ଏପରି ଆମର ଜୀବନ ଭାଇ।

ଭାସି ବୁଡି ଡଙ୍ଗା ନ ମାରି ଥକା

ହଲି ହଲି ଚାଲେ ଆଗକୁ ଏକା।

ନାହିଁ ମଙ୍ଗ ତା'ର ନାହିଁ ନାଉରୀ 

ତା ପରି ଆମର ଜୀବନ ତରୀ ।

ପଡ଼ିଲେ ଦୁଃଖରେ ନ ଯିବା ଡରି

ମନରେ ସାହସ, ବିଶ୍ଵାସ ଭରି।

ଠାକୁରେ ଅଛନ୍ତି ଚଉବାହାକୁ

ଚଳାଇନେବେ ସେ ଚିନ୍ତିଲେ ତାଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action