Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଶୋଷଣର ଚଳନ୍ତା ଲହରୀ, ଆଉ କେତେ ଦିନ?

ଶୋଷଣର ଚଳନ୍ତା ଲହରୀ, ଆଉ କେତେ ଦିନ?

1 min
316



ପେଟକୁ ଦାନା ନାହିଁ, ବଞ୍ଚିବାକୁ 

ରୋଜଗାର ନାହିଁ, ଏହା କ'ଣ

ରାମ ରାଜ୍ୟର ଶାସନ ? 


ପେଟ ଚାଖଣ୍ଡକ ପାଇଁ ନାହିଁ ସଂସ୍ଥାନ, 

ଯୁବକ ହୁଏ ଦାଦନ, ଏହା କ'ଣ

ରାମ ରାଜ୍ୟର ଶାସନ ?


କ୍ରୁରତା ହୃଦୟେ, ମଣିଷେ ପକାଅ ବଳି 

ଅହଂର ବାରି ପୂର୍ଣ୍ଣକରେ ଶୋଷଣେ ଥଳି

ଏହା କ'ଣ ରାମ ରାଜ୍ୟର ଶାସନ ?


ବିକାଶ ଯୋଜନା, ବଡ ବଡ ଭାଷଣ ହୁଏ, 

ଭୋକ ମେଣ୍ଟେଇବାକୁ, ଛୁଆଟି ବିକ୍ରି ହୁଏ, 

ଏହା କ'ଣ ରାମ ରାଜ୍ୟର ଶାସନ ?


ଏବେ ଏକ ସରକାର, ମୁଢି ମୁଠାରେ 

ଗରିବ ବଞ୍ଚେ, ଟିକସ ନିଅ ତା' ଉପରେ, 

ଏହା କ'ଣ ରାମ ରାଜ୍ୟର ଶାସନ ?


କ୍ଷତାକ୍ତ ହୃଦୟ ବୁଝିଲା ବେଳକୁ ଜାଣ

ପାଇବନି ନେବାକୁ ତୁମର ହୃଦସ୍ପନ୍ଦନ,

କହୁଥାଅ ରାମ ରାଜ୍ୟର ଶାସନ ?


ପୁଞ୍ଜିବାଦ ପଥେ, ସମୟ ସ୍ରୋତେ,

ଶୋଷଣର ଚଳନ୍ତା ଲହରୀ,

ଆଉ କୁହ କେତେ ଦିନ?

କହୁଥାଅ ରାମ ରାଜ୍ୟର ଶାସନ ?


ଭୋକିଲାର ଲହୁ ଲୁହରେ, 

ରାମ ରାଜ୍ୟର ଶାସନ ନାମେ 

ଭାଙ୍ଗିବ ଗର୍ବ, ନାହିଁ ଆଉ ବେଶୀ ଦିନ ।



Rate this content
Log in

Similar oriya poem from Action