STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

କେବେ ପଚାରି ନଥିବା ପ୍ରଶ୍ନ

କେବେ ପଚାରି ନଥିବା ପ୍ରଶ୍ନ

1 min
225

ଜାଣିଛି ବୁଝିଛି ତୁମେ ହିଁ ମୋ ଦୁନିଆଁ

ଜୀବନର ଅତୀତ ଭବିଷ୍ୟତ ସବୁ କିଛି

ବର୍ତ୍ତମାନ ହୋଇ ତୁମେ ଚାନ୍ଦ ପରି ହସୁଛ 

ତୁମକୁ ପାଇ ମୁଁ ଧନ୍ୟ ହୋଇଛି

ଭାବେ ଅନ୍ତରରେ ସାଥୀ ପରି ସାଥୀଟିଏ

ଭଗବାନ ଦେଇଛନ୍ତି ମୋତେ ବାଛି

ତୁମେ ମୋ ସୁଖ ଦୁଃଖ ହସ ଲୁହ

ମନ ହୃଦୟର ଅସୁମାରୀ ଆଶା ସ୍ବପ୍ନ 

ମୋ ଆସନ୍ତା କାଲିର ସୁନେଲି ସମ୍ଭାବନା

ଚଲାପଥର ଜୟ ଯାତ୍ରାରେ ତୁମେ ମୁଁ 

ଚାଲିଛୁ ହାତ ଧରି ପାଦରେ ପାଦ ମିଳାଇ

ତୁମେ ମୋ ଭାବ ଭାବନା ଚିନ୍ତା ଚେତନା 

ସାତ ସୁରେ ଗାଉଛ ଜୀବନ ଗୀତି

ତାଳ ଲୟରେ ଛନ୍ଦ ତୋଳି ମୁଁ ନାଚୁଛି 

ତୁମେ ମୋର ପୂଜ୍ୟ ଆରାଧ୍ୟ ଦେବତା

ପବିତ୍ର ମନରେ କରେ ତୁମର ପୂଜା ଅର୍ଚ୍ଚନା 

ନାହିଁ ତିଳେ ଅବସାଦ କି ଅନୁଶୋଚନା 

ଆଗରୁ ପଚାରିଛ ବହୁତ ପ୍ରଶ୍ନ ମୋତେ

ଉତ୍ତର ଦେଇଛି ମୋର ସାଧ୍ୟ ମତେ

ହୋଇଛ ତୁମେ ସନ୍ତୁଷ୍ଟ ମନେ ପ୍ରାଣେ

ଭଲ ପାଇବା ଭିତରେ ନାହିଁ କିନ୍ତୁ ଆମର

ଏ କଥା ତୁମେ ଜାଣ ମୁଁ ବି ଜାଣେ 

ତଥାପି ଆଜି କାହିଁକି ତୁମେ ଏମିତି ଭାବରେ

କଲ ମୋତେ କେବେ ପଚାରି ନଥିବା ପ୍ରଶ୍ନ 

ଭାବି ବସିଲେ ହୋଇ ପଡ଼େ ମୁଁ ଉଦବିଘ୍ନ

ଏହା ପରେ ମଧ୍ୟ ମୋ ପ୍ରତି ତୁମର ସନ୍ଦେହ

ଭରସା ବିଶ୍ବାସ କ'ଣ ପାଲଟି ଗଲା ବିଷ

ଆଖିରୁ ଝରେ ଅମାନିଆଁ ଧାର ଧାର ଲୁହ

ସ୍ପଷ୍ଟ ଭାବରେ ମୋତେ ବୁଝାଇ କୁହ

କାହିଁକି ଏ କେବେ ପଚାରି ନଥିବା ପ୍ରଶ୍ନ

ଅନ୍ତର୍ଦାହରେ ଛଟପଟ ହେଉଛି ମୋ ଜୀବନ 

ଶାନ୍ତି ଦେଇ ପାରେ କି ସନ୍ଦେହୀ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract