କେବେ ପଚାରି ନଥିବା ପ୍ରଶ୍ନ
କେବେ ପଚାରି ନଥିବା ପ୍ରଶ୍ନ
ଜାଣିଛି ବୁଝିଛି ତୁମେ ହିଁ ମୋ ଦୁନିଆଁ
ଜୀବନର ଅତୀତ ଭବିଷ୍ୟତ ସବୁ କିଛି
ବର୍ତ୍ତମାନ ହୋଇ ତୁମେ ଚାନ୍ଦ ପରି ହସୁଛ
ତୁମକୁ ପାଇ ମୁଁ ଧନ୍ୟ ହୋଇଛି
ଭାବେ ଅନ୍ତରରେ ସାଥୀ ପରି ସାଥୀଟିଏ
ଭଗବାନ ଦେଇଛନ୍ତି ମୋତେ ବାଛି
ତୁମେ ମୋ ସୁଖ ଦୁଃଖ ହସ ଲୁହ
ମନ ହୃଦୟର ଅସୁମାରୀ ଆଶା ସ୍ବପ୍ନ
ମୋ ଆସନ୍ତା କାଲିର ସୁନେଲି ସମ୍ଭାବନା
ଚଲାପଥର ଜୟ ଯାତ୍ରାରେ ତୁମେ ମୁଁ
ଚାଲିଛୁ ହାତ ଧରି ପାଦରେ ପାଦ ମିଳାଇ
ତୁମେ ମୋ ଭାବ ଭାବନା ଚିନ୍ତା ଚେତନା
ସାତ ସୁରେ ଗାଉଛ ଜୀବନ ଗୀତି
ତାଳ ଲୟରେ ଛନ୍ଦ ତୋଳି ମୁଁ ନାଚୁଛି
ତୁମେ ମୋର ପୂଜ୍ୟ ଆରାଧ୍ୟ ଦେବତା
ପବିତ୍ର ମନରେ କରେ ତୁମର ପୂଜା ଅର୍ଚ୍ଚନା
ନାହିଁ ତିଳେ ଅବସାଦ କି ଅନୁଶୋଚନା
ଆଗରୁ ପଚାରିଛ ବହୁତ ପ୍ରଶ୍ନ ମୋତେ
ଉତ୍ତର ଦେଇଛି ମୋର ସାଧ୍ୟ ମତେ
ହୋଇଛ ତୁମେ ସନ୍ତୁଷ୍ଟ ମନେ ପ୍ରାଣେ
ଭଲ ପାଇବା ଭିତରେ ନାହିଁ କିନ୍ତୁ ଆମର
ଏ କଥା ତୁମେ ଜାଣ ମୁଁ ବି ଜାଣେ
ତଥାପି ଆଜି କାହିଁକି ତୁମେ ଏମିତି ଭାବରେ
କଲ ମୋତେ କେବେ ପଚାରି ନଥିବା ପ୍ରଶ୍ନ
ଭାବି ବସିଲେ ହୋଇ ପଡ଼େ ମୁଁ ଉଦବିଘ୍ନ
ଏହା ପରେ ମଧ୍ୟ ମୋ ପ୍ରତି ତୁମର ସନ୍ଦେହ
ଭରସା ବିଶ୍ବାସ କ'ଣ ପାଲଟି ଗଲା ବିଷ
ଆଖିରୁ ଝରେ ଅମାନିଆଁ ଧାର ଧାର ଲୁହ
ସ୍ପଷ୍ଟ ଭାବରେ ମୋତେ ବୁଝାଇ କୁହ
କାହିଁକି ଏ କେବେ ପଚାରି ନଥିବା ପ୍ରଶ୍ନ
ଅନ୍ତର୍ଦାହରେ ଛଟପଟ ହେଉଛି ମୋ ଜୀବନ
ଶାନ୍ତି ଦେଇ ପାରେ କି ସନ୍ଦେହୀ ମନ ।