STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ମୋ ଗାଆଁ

ମୋ ଗାଆଁ

1 min
236


ମୋ ଗାଆଁ ମୋ ମାଆ

    ସବୁଠୁ ସୁନ୍ଦର ଲାଗେ

        ମୋତେ ତାର ନାଆଁ,

ତା' କୋଳେ ଜନମି 

    ଯାହା ବି ହୋଇଛି ମୁହିଁ

          ପାଇ ତାର ଛୁଆଁ।


ସ୍ନେହ ଶ୍ରଦ୍ଧା କରି 

    ଖରା ବର୍ଷା ଆଉ ଶୀତ

          ପାଳେ ବାରମାସ,

ମୌସୁମୀ ବରଷା

     ବରଷି ହୁଅଇ ଚାଷ

        ଓଠେ ଖେଳେ ହସ।


ତା' ଦାଣ୍ଡରେ ଚାଲି

    ବଣ ବିଲ ନଈ ବୁଲି

          ପାଇଛି ସେନେହ,

ଚାଟଶାଳୀରେ ତା'

  ପଢି଼ କେତେ ପଢା଼ ପାଠ

           ବଢି଼ଛି ଆଗ୍ରହ।


ତା' କୋଳରେ ଭରି

    ରହିଛି ପ୍ରକୃତି ଶିରୀ

            ନିରିମଳ ସ୍ଵଚ୍ଛ,

ଫୁଲରୁ ମହକ

    ଫଳରୁ ମଧୁର ରସ

         ଦେଉଛି ତା' ଗଛ। 


ପାଣି ପବନେ ତା'

   ନିଏ ନିଶ୍ଵାସ ପ୍ରଶ୍ବାସ

          ଦେଉଛି ସେ ହସ,

ତା' କୋମଳ କୋଳ

  ଅଟେ ସରଗ ସମାନ

           କରିଛି ମୁଁ ବାସ।


ପରିବାରଠାରୁ

 ପଡୋଶୀ ଆତ୍ମୀୟ ଜନ

           ପାନ୍ତି ସବୁ ଭଲ,

ମଧୁର ବନ୍ଧନ

    ପବିତ୍ର ସଂପର୍କମାନ

         ସଂସାରେ ଅତୁଲ।


ମହାନ ହୃଦୟେ

    ହୁଏ ଭାବ ବିନିମୟ  

          ଥାଏ ସେ ଅତୁଟ,

ଏନ୍ତୁଡି଼ରୁ ଜୁଇ

  ସରାଗରେ ପାଳୁ ଥାଏ

          ଘୁଞ୍ଚାଇ ସଂକଟ।


ମୋ ଗାଆଁ ମୋ ମାଆ

    ରଖିବି ମୁଁ ତାର ଟେକ

       ଦଶରେ ହୋଇ ଏକ,

ତା' ପରି ଏ ବିଶ୍ଵ

 ଏକତାରେ ହେଲେ ବାନ୍ଧି

        ଦୂର ହେବ ଶୋକ।


ମୋ ଗାଆଁ ମୋ ପାଇଁ

   ତ୍ଯାଗ କରି ସବୁ କିଛି

           ଦିଏ ପରିଚୟ,

ତା' ଓଠରେ ହସ

  ଭରି ଦେଇ ପାରିଲେ ମୁଁ 

       ହେବ ମୋର ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract