ଝରା ଶ୍ରାବଣରେ ଚାଷୀର ମନ
ଝରା ଶ୍ରାବଣରେ ଚାଷୀର ମନ
ଆସିଛି ଶ୍ରାବଣ ବର୍ଷେ ଘନ
ମୂଷଳ ଧାରାରେ ବର୍ଷା
ଆଷାଢ଼ ର ପରେ ଆଜି ଏ ମହୀରେ
ଶୋଭା ସୋନ୍ଦର୍ଯ୍ୟ ବିଭୁଷା ।
ସଜାଇଛି ଚାରୁ ଚାଷୀ ଭାଇ ନିତି
କେତେ ପରିଶ୍ରମ କରି
ଜମି ଚାଷ କୃଷି କାର୍ଯ୍ୟ ପାଇଁ ନିତି
ଖେତେ ଖେଳାଇ ଲହରୀ ।
ମାଟି ସାଥେ ନିତି କରି ବହୁ ଶ୍ରମ
ମାଟିରେ ଫଳାଏ ସୁନା
ନମାନେ କେବେସେ ବରଷା ବତାଷି
ଝାଞ୍ଜି ପବନେ ବିମନା ।
ନୁହଇ କଦାପି ହୋଇ ଉଠେ ଖୁସି
ବରଷା କାଳ ଆଗମେ
ଉଦ୍ଧାମ ତେଜରେ ଲାଗଇ କାର୍ଯ୍ୟ ରେ
ନିତି ନିତି ଅବିର।ମେ ।
ଏ ବରଷ ଭଲ ଫସଲ ହୋଇବ
ଆଶାରେ ଉତ୍ସ।ହ ଭରେ
ଝରା ଶ୍ରାବଣ ର ତୀବ୍ର ବାରିପାତ
ଭୁକ୍ଷେପ କରି କ୍ଷେତରେ ।
ରତ ନିରନ୍ତରେ କୃଷି କାର୍ଯ୍ୟ କରେ
ମନରେ କେତେ ଆଗ୍ରହ
ଗତ ଅନାଗତ ଜୀବନର ଖେଦ
ସବୁକୁ ଦେଇ ବିଦାୟ ।
ଆହାକି ତୃପଟି ଆହା କି ଆଗ୍ରହ
ଆଜି ଚାଷୀର ମନ ରେ
ବିଚଳିତ କିବା ଦୁଃଖିତ ନୁହେଁ ସେ
ଆଜି ଝରା ଶ୍ରାବଣ ରେ ।
