STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
391


ବରଷା ଆସି ଭିଜେଇ ଦିଏ

ମାଟିକୁ ଯେବେ ଥରେ

ମାଟିର ଭିଜା ମହମହ ବାସ୍ନା

ମନ ହୃଦୟ ଭରେ

ଚାଷୀଭାଇଟି ହଳ ଲଙ୍ଗଳ ଜୋଚି 

ସୁରିଲା ଗୀତ ସୁରେ

ପାଣି କାଦୁଅ ମାଟି ମଟାଳ ସାଥେ

ଆଖିରେ ସ୍ବପ୍ନ ହଜାରେ ଭରେ

ତା ପାଇଁ ସିନା ଶାନ୍ତିର ନିଦ ଆଖିକୁ

ମଣିଷ ଭାବେ କି ତା ଦୁଃଖ ଥରେ

ଭିଜା ମାଟିର ବାସ୍ନା ସାଥେ କିଏ କେତେ

କାହାକୁ ସଦା ଝୁରେ

ପାଣି ପଙ୍କ ଭିତରେ ବସି ମୁଠାଏ ଅନ୍ନ

ଚାଷୀର ଅଧା ପେଟ କି ପୁରେ

ଆକାଶ ଉଆସୁ ମେଘ ସଵାରୀରେ ବର୍ଷା

ଆସୁଛି କି ନା ବାରେ

ଗୁଣି ହରି ଫେଡ଼ି ମିଶେଇ ଜୀବନ ତରୀ 

ଖୋଜେ ଭିଜା ମାଟିମାଆ ଭିତରେ

କେ କେତେ ସ୍ବପ୍ନ କରି ବାସ୍ତବ କେତେ

କାମନା ବୃତ୍ତ ପରିଧିରେ

ଭିଜା ମାଟି ଗନ୍ଧରେ ଫୁଲମାଳ ଗୁନ୍ଥି 

ସ୍ବସ୍ତି ସ୍ବସ୍ତି କହି ଆନନ୍ଦରେ

ଚାଷୀର ଅଶ୍ରୁ ଗଙ୍ଗା ଯମୁନା ହୋଇ

 ଭିଜା ମାଟିକୁ ଧୋଇ ଉର୍ବରେ

ମନ ଚାତକ ଚାତକୀ ପାଖେ ଅଭିସାରେ

ଭିଜା ମାଟିର ଭୁରୁ ଭୁରୁ ବାସ୍ନାରେ

ଗୁଳ୍ମ ରୁ ଦ୍ରୁମ ମାଟି ବାସ୍ନାରେ ପଲ୍ଲବିତ

ଶୁଶୋଭିତ ସବୁଜିମା ଭାରେ

ସୈନିକ ଭାଇ ଭିଜା ମାଟିର ବାସ୍ନା ପାଇ

ଦେଶ ରକ୍ଷା କରେ

ଯେଣିକି ଗଲେ ମାଟିର ବାସ୍ନା ଲାଗେ

ଏକା ଏକ ପରିବାରେ

ମାତୃଭୂମି ମାତୃଭାଷା ଜନନୀ ପରି

ଭିଜା ମାଟି ଅମୃତ ଭଣ୍ଡାରେ

ଭିଜାମାଟିର ସ୍ବପ୍ନ ବୁଣି ସାମ୍ୟ ମୈତ୍ରୀ ଛାଣି

ପ୍ରୀତିପୂର୍ଣ୍ଣ ଗୀତି ଗାଇରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract