ଭିଜା ମାଟିର ବାସ୍ନା
ଭିଜା ମାଟିର ବାସ୍ନା
ବରଷା ଆସି ଭିଜେଇ ଦିଏ
ମାଟିକୁ ଯେବେ ଥରେ
ମାଟିର ଭିଜା ମହମହ ବାସ୍ନା
ମନ ହୃଦୟ ଭରେ
ଚାଷୀଭାଇଟି ହଳ ଲଙ୍ଗଳ ଜୋଚି
ସୁରିଲା ଗୀତ ସୁରେ
ପାଣି କାଦୁଅ ମାଟି ମଟାଳ ସାଥେ
ଆଖିରେ ସ୍ବପ୍ନ ହଜାରେ ଭରେ
ତା ପାଇଁ ସିନା ଶାନ୍ତିର ନିଦ ଆଖିକୁ
ମଣିଷ ଭାବେ କି ତା ଦୁଃଖ ଥରେ
ଭିଜା ମାଟିର ବାସ୍ନା ସାଥେ କିଏ କେତେ
କାହାକୁ ସଦା ଝୁରେ
ପାଣି ପଙ୍କ ଭିତରେ ବସି ମୁଠାଏ ଅନ୍ନ
ଚାଷୀର ଅଧା ପେଟ କି ପୁରେ
ଆକାଶ ଉଆସୁ ମେଘ ସଵାରୀରେ ବର୍ଷା
ଆସୁଛି କି ନା ବାରେ
ଗୁଣି ହରି ଫେଡ଼ି ମିଶେଇ ଜୀବନ ତରୀ
ଖୋଜେ ଭିଜା ମାଟିମାଆ ଭିତରେ
କେ କେତେ ସ୍ବପ୍ନ କରି ବାସ୍ତବ କେତେ
କାମନା ବୃତ୍ତ ପରିଧିରେ
ଭିଜା ମାଟି ଗନ୍ଧରେ ଫୁଲମାଳ ଗୁନ୍ଥି
ସ୍ବସ୍ତି ସ୍ବସ୍ତି କହି ଆନନ୍ଦରେ
ଚାଷୀର ଅଶ୍ରୁ ଗଙ୍ଗା ଯମୁନା ହୋଇ
ଭିଜା ମାଟିକୁ ଧୋଇ ଉର୍ବରେ
ମନ ଚାତକ ଚାତକୀ ପାଖେ ଅଭିସାରେ
ଭିଜା ମାଟିର ଭୁରୁ ଭୁରୁ ବାସ୍ନାରେ
ଗୁଳ୍ମ ରୁ ଦ୍ରୁମ ମାଟି ବାସ୍ନାରେ ପଲ୍ଲବିତ
ଶୁଶୋଭିତ ସବୁଜିମା ଭାରେ
ସୈନିକ ଭାଇ ଭିଜା ମାଟିର ବାସ୍ନା ପାଇ
ଦେଶ ରକ୍ଷା କରେ
ଯେଣିକି ଗଲେ ମାଟିର ବାସ୍ନା ଲାଗେ
ଏକା ଏକ ପରିବାରେ
ମାତୃଭୂମି ମାତୃଭାଷା ଜନନୀ ପରି
ଭିଜା ମାଟି ଅମୃତ ଭଣ୍ଡାରେ
ଭିଜାମାଟିର ସ୍ବପ୍ନ ବୁଣି ସାମ୍ୟ ମୈତ୍ରୀ ଛାଣି
ପ୍ରୀତିପୂର୍ଣ୍ଣ ଗୀତି ଗାଇରେ ।
