STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ

1 min
381


ପ୍ରକୃତିରାଣୀ ପରି ହୋଇ ନବ ରୂପେ ସୁସଜ୍ଜିତା

ତୁମେ ଦିଶ କି କମନୀୟା ଲୋଭନୀୟା 

ଛୁଇଁଯାଅ ମୋ ହୃଦୟର କୋଣ ଅନୁକୋଣକୁ 

ପ୍ରାଣର ପ୍ରତି ସ୍ପନ୍ଦନେ ଜାଗେ ଉନ୍ମାଦନା

ତୁମ ଯାଦୁକରୀ ଲାବଣ୍ୟରେ ମୁଗ୍ଧ ସ୍ତବ୍ଧ ହୁଏ ଆଜ

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ।

ପଲ୍ଲବିତ ସବୁଜିମା ସମ ତୁମ ତନୁଲତା ଶିରୀ

ଭାବ ଭାବନାରେ ଦିଏ ପ୍ରୀତି ଅନୁରାଗ ସଞ୍ଚାରି 

ଆଗତ ପ୍ରାପ୍ତି ବିଗତ ସ୍ମୃତି ହୁଏ ସବୁ ସତେଜ

ଶ୍ରାବଣ ତରୁଣ ସାଜି ବର୍ଷାର ପ୍ରେମେ ଯାଏ ମାତି

ଧରାପୃଷ୍ଠ ଅଦ୍ରି ବକ୍ଷ ଆଦ୍ର କରି ଝରାଏ ଝର

ତା'ର ପରଶେ ହରଷେ ନାଚଇ ତୁମ ଅଙ୍ଗରାଜି 

ନିଆରା ଅନୁଭବ ହୁଏ ପ୍ରୀତି ବରଷାରେ ଭିଜି

ସିକ୍ତ ଚିତ୍ତ ଚୈତନ୍ୟ ଆବେଗରେ ମଜି 

ସାନ୍ନିଧ୍ୟର ଆନନ୍ଦରେ ମଧୁ ରାତି ଯାଏ ବିତି

ଅପୂର୍ବ ପାର୍ଥିବ ସୁଖ ଭରି ଦିଅଇ ଏ ମନସିଜ 

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ ।

ଯୌବନ ନଈରେ ମାଡ଼ି ଆସେ ଅନିୟନ୍ତ୍ରିତ ବଢ଼ି

ବୁଡ଼ାଏ କୂଳ ଜଳେ ପ୍ଳାବିତ ସ୍ଥଳ ନିଏ ତାଡ଼ି

ସୃଷ୍ଟିର ସାର୍ଥକେ ପ୍ରାଣୀ ପ୍ରାଣ ହୁଏ ମଧୁମୟ

ଲାଗେ ଏ କି ଜୀବନ ଯନ୍ତ୍ରଣାର ଲାଘବେ ଅମିୟ

ଆକାଶ ତୋଳେ ମେଘ ମହ୍ଲାରର ରାଗ

ବିଜୁଳି ଖେଳେ ତା'ର ବୁକେ ହୋଇ ସଂଯୋଗ

କାନ୍ତ କାନ୍ତା ମିଳନରେ ଆଣିଦିଏ ସୁବର୍ଣ୍ଣ ସୁଯୋଗ

ମୟୂର ମୟୂରୀ ବି ହୁଅନ୍ତି ଭାବେ ବିହ୍ଵଳ

କଳାମେଘ ଦେଖି ନୃତ୍ୟ ଛନ୍ଦେ ରଚନ୍ତି ରାସ 

ବରଷା ଋତୁ ଜଗତ ଜନ ମନର କରେ ମଙ୍ଗଳ 

ଜୀବନ ଜିଇଁବା ଲାଗେ ସଂସାରରେ ସହଜ

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ।

     












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance