ହେ ରଙ୍ଗା ଅଧର
ହେ ରଙ୍ଗା ଅଧର
ହେ ରଙ୍ଗା ଅଧର ନୀଳାଚଳ ନାଥ
ଭୁବନ ମୋହିନୀ ରୂପ
ତୁମ ଚକାଆଖି ଦେଖି ଦେଖି ମୁହିଁ
ଭୁଲିଛି ନିଜ ସ୍ୱରୂପ।
ଆସିଥିଲି ପ୍ରଭୁ ମାଗିବାକୁ କିଛି
ପଥ ଭୁଲିଗଲି ଏବେ
ମାଗିବା ଜିନିଷ ପଡୁନାହିଁ ମନେ
ନ ଥିଲା ତ ଏହା କେବେ।
ଶରୀର ଭିତରେ କେତେ ଆକର୍ଷଣ
ଚେତନାରେ ଆନ୍ଦୋଳନ
କେଡେ ପୁଣ୍ୟ ଫଳ ଭୋଗୁଛି ଆଜି ମୁଁ
କରି ତବ ଦରଶନ।
ତୁମରି ପ୍ରେମରେ ତୁମରି ଡୋରୀରେ
ଆସିବାକୁ ଦିଅ ପ୍ରଭୁ
ଯେତେଦିନ ଥିବି ଏ ଶରୀର ଧରି
ତୁମେ ପରା ମୋର ସବୁ।
ଏତିକି କରୁଣା କରିବ ମୋ ଠାରେ
ମୋ ନୟନେ ତୁମ ରୂପ
ସବୁ ଅଭିଶାପ ଆଶୀର୍ବାଦ ହେଉ
ଜଗତେ ରଖିବ ଛାପ ।